33.1 C
Bhubaneswar
Saturday, April 27, 2024
Homeଓଡିଶାହିଞ୍ଜିଳିକାଟୁରୁ ଲଢ଼ିବେ ନବୀନ

ହିଞ୍ଜିଳିକାଟୁରୁ ଲଢ଼ିବେ ନବୀନ

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।ବିଜେଡିର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହିଞ୍ଜିଳିକାଟୁ ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ବିଜେଡି ସୁପ୍ରିମୋ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତବର୍ଷ କେବଳ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ନବୀନ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନରୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ୟ୍ୟଙ୍କୁ ହରାଇଥିଲେ । ଆଉ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking