39.1 C
Bhubaneswar
Tuesday, April 23, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।   ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ ସବସିଡି ମିଳିବ ।  ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ସବସିଡି ୬୮୦୦ ଟଙ୍କା ଓ ଜଳସେଚିତ  ଜମି ପାଇଁ ହେକ୍ଟରକୁ ୧୩୫୦୦ ଟଙ୍କା ମିଳିବ । ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ଫସଲ ପାଇଁ ୧ ହଜାର, ଧାଡି ବୁଣା କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୧୫ ଶହ ଟଙ୍କା । ପମ୍ପସେଟ କିଣିବାକୁ ସର୍ବାଧିକ ୧୫ ହଜାର ପର‌୍ୟ୍ୟନ୍ତ ରିହାତି ମିଳିବ । ପାୱାର ସ୍ପ୍ରେୟର ପାଇଁ ୩୮୦୦, ହାତଚଲା ସ୍ପ୍ରେୟର ପାଇଁ ୭୫୦ ରିହାତି ମିଳିବ । ଲୁଣିପାଣି ମାଡି ଯାଇଥିବା ଭଦ୍ରକ, ବାଲେଶ୍ୱର ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରାଯାଇଛି ।  ଜମିରୁ ଲୁଣା ହଟାଇବାକୁ ହେକ୍ଟର ପିଛା ମିଳିବ ୭୫୦ ଟଙ୍କା । ପାନ ବରଜ କରିଥିବା ୧୨୫ ଚାଷୀଙ୍କୁ ଜଣ ପିଛା ମିଳିବ ୧୫ ହଜାର ।  ୧୧୦ ଟଙ୍କା ବିଶିଷ୍ଟ ୧୦ ହଜାର ପରିବା ମିନିକିଟ୍ ମାଗଣାରେ ମିଳିବ । ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ ।  ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଲେଖାଏଁ ସହାୟତା ମିଳିବ । ଗୋରୁ, ବଳଦଙ୍କ ପାଇଁ ୨୫ ହଜାର, ବାଛୁରୀ ପାଇଁ ୧୬ ହଜାର ମିଳିବ ।  ଛେଳି, ମେଣ୍ଢାଓଙ୍କ ପାଇଁ ୩ ହଜାର, କୁକୁଡା ଗୋଟିକୁ ୫୦ ଟଙ୍କା ମିଳିବ । ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳ ପୁନଃ ନିର୍ମାଣ ପାଇଁ ୨୧ ଶହ ମିଳିବ । ପୁରା ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୯୬୦୦, ଆଶିଂକ ପାଇଁ ୪୧ ଶହ ମିଳିବ । ହସ୍ତତନ୍ତ ଉପକରଣ ପାଇଁ ୪୧ଶହ, କଂଚା ମାଲ୍ ପାଇଁ ୪୧ ଶହ ମିଳିବ । ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ/ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।  ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।  ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।  କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଗାଇଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking