39.1 C
Bhubaneswar
Tuesday, April 23, 2024
Homeଓଡିଶାଜିଲ୍ଲା ପ୍ରଶାସନର ଅବହେଳା, ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ିଥିବା ଧାନ 

ଜିଲ୍ଲା ପ୍ରଶାସନର ଅବହେଳା, ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ିଥିବା ଧାନ 

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପ୍ରତିବର୍ଷ ଧାନକିଣା ସମୟରେ ପ୍ରଶାସନ ଚାଷୀମାନଙ୍କ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି । ଗତବର୍ଷ ଖରିଫ ଧାନକିଣାରେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଜିଲ୍ଲାର ହଜାରେରୁ ଅଧିକ ଚାଷୀ ଧାନ ବିକିିବାରୁ ବଞ୍ଚିତ ହୋଇଥିଲେ । ଚଳିତ ବର୍ଷ ରିବଧାନ କିଣାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ଚଳିତ ବର୍ଷ ରବି ଧାନକିଣା ଏକ ମାସ ନପୂରୁଣୁ ଜିଲ୍ଲାର ଟାଗେର୍ଟ ଶେଷ ଯାଇଛି ବୋଲି ଅଧିକାରୀମାନେ କହୁଛନ୍ତି । ହେଲେ ଜିଲ୍ଲାରେ ଚଳିତ ବର୍ଷ ରବିରେ ୨ଲକ୍ଷ ୨୦ ହଜାର କ୍ୱିଣ୍ଟାଲ ଧାନ ଟାଗେର୍ଟ ଥିବା ବେଳେ ୬ ତାରିଖ ସୁଦ୍ଧା ୨୯୭୫ଜଣ ଚାଷୀଙ୍କଠାରୁ ୧,୭୪,୨୧୮.୨୪ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି । ୪୩୧ ଜଣ ଚାଷୀଙ୍କ ୫୭ହଜାର ୨୭ ବସ୍ତା ଧାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ିରହିଛି । ଚାଷୀମାନେ ଧାନକୁ ଜଗି ରହିଛନ୍ତି । ଚାଷୀମାନେ ଧାନ କ୍ରୟ ପାଇଁ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଟାର୍ଗେଟ ନଥିବା କହି ସେମାନଙ୍କୁ ଭୁଆଁ ବୁଲାଉଛି । ଚାଷୀମାନଙ୍କ ସମସ୍ୟା ନେଇ ସୋମବାର ଜିଲ୍ଲା ବିଜେପିର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ମିଳିଥିବା ବିଭାଗୀୟ ସୂଚନା ଅନୁସାରେ, ଚଳିତ ମାସ ୬ ତାରିଖ ସୁଦ୍ଧା ନୂଆପଡ଼ା ଜିଲ୍ଲାର ୨୬ଟି ପ୍ୟାକ୍ସ ଓ ୬୨ଟି ମଣ୍ଡିରେ ଟାର୍ଗେଟ ନଥିବାରୁ ୪୩୧ ଜଣ ଚାଷୀଙ୍କ ୫୭ ହଜାର ୨୭ ବସ୍ତା ଧାନ ପଡ଼ିରହିଛି । ନୂଆପଡ଼ା ବ୍ଲକ୍‌ର ୮ଟି ପ୍ୟାକ୍ସରେ ୨୨ହଜାର ୧୪୭ ବସ୍ତା, କୋମନା ବ୍ଲକ୍‌ର ୬ଟି ପ୍ୟାକ୍ସରେ ୨୦୯ ଜଣ ଚାଷୀଙ୍କ ୨୮ ହଜାର ୫୮୬ ବସ୍ତା, ଖଡ଼ିଆଳ ବ୍ଲକ୍‌ର ୫ଟି ପ୍ୟାକ୍ସ ରେ ୪ ଜଣ ଚାଷୀଙ୍କ ୭୪୦ ବସ୍ତା ଧାନ, ସିନାପାଲି ବ୍ଲକ୍‌ର ୪ଟି ପ୍ୟାକ୍ସ ରେ ୨୫ ଜଣ ଚାଷୀଙ୍କ ୩୦୨୮ ବସ୍ତା, ବୋଡ଼େନ ବ୍ଲକ୍‌ର ୩ଟି ପ୍ୟାକ୍ସରେ ୨୦ ଜଣ ଚାଷୀଙ୍କ ୨୫୨୬ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି । ଜିଲ୍ଲାରେ ଗତ କିଛିଦିନ ହେଲା ପାଗ ମେଘୁଆ ରହୁଛି ଓ ବର୍ଷା ମଧ୍ୟ ହେଉଛି । ହେଲେ ନୂଆପଡ଼ା ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିରେ ଥିବା ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ ତାରପୋଲିନ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଚାଷୀମାନେ ନିଜ ଘରୁ ତାରପୋଲିନ ଆଣି ଧାନକୁ ଘୋଡ଼ାଇ ରଖିଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ଯୋଗାଣ ବିଭାଗ ସହିତ ଜିଲ୍ଲା ପ୍ରଶାସନର ଭିଡିଓ କନଫରେନ୍ସ ଥିବାରୁ ନୂଆପଡ଼ା ଜିଲ୍ଲାକୁ ପୁଣି ଟାର୍ଗେଟ ଦିଆଯାଇଥିବା ଜଣାପଡ଼ିଛି । ଜିଲ୍ଲାରେ ଚଳିତ ରବିରେ ୭ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି ଏବଂ ମାତ୍ର ୨୯୭୫ ଜଣ ଚାଷୀଙ୍କ ଠାରୁ ଆଜିଯାଏ ଧାନ କ୍ରୟ କରାଯାଇଛି । ଏ ନେଇ ନୂଆପଡା ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କଲେ କରାଯାଇଥିଲେ ମଧ୍ୟ ସେ ଫୋନ୍ ମଧ୍ୟ ରିଷିଭ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking