37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶ୪୦ କୋଟି ବର୍ଷର ପୁରୁଣା ଗୁମ୍ଫା

୪୦ କୋଟି ବର୍ଷର ପୁରୁଣା ଗୁମ୍ଫା

ଭୁବନେଶ୍ୱର: ଯଦି ଆପଣ ମାଲେସିଆ ବାଟୁ ଗୁମ୍ଫା ମନ୍ଦିର ବାହାରେ ଠିଆ ହୋଇଛନ୍ତି, ତେବେ ଆପଣଙ୍କୁ ଏମିତି ଲାଗିବ ଯେମିତି ତାମିଲନାଡୁର କୌଣସି ଏକ ମନ୍ଦିରରେ ଛିଡା ହୋଇଛନ୍ତି । ଦକ୍ଷିଣ ଭାରତୀୟ ଶୈଳୀରେ ସଜ୍ଜିତ ହୋଇଥିବା ଗୋପୁରମ୍‌, ଭଗବାନ ମୁରଗନଙ୍କ ବିଶାଳ ମୂର୍ତ୍ତିର୍  ଓ ପୂଜା ସାମଗ୍ରୀ ବିକ୍ରି କରୁଥିବା ଦୋକାନ, ସେ ସବୁର ମାହୋଲ ଏମିତି ଯେ, ଯାହା ଭାରତର କୌଣସି ଏକ ଦକ୍ଷିଣ ଭାରତୀୟ ମନ୍ଦିର ରେ ଦେଖିବାକୁ ମିଳେ । ହେଲେ ଏହି ଜାଗା ଭାରତରୁ ହଜାରେ କିଲୋମିଟର ଦୂର ମାଲେସିଆ ରାଜଧାନୀ କୁଆଲାଲମପୁରରେ ନିକଟରେ ଅବସ୍ଥିତ । ମାଲେସିଆରେ ରହୁଥିବା ଲକ୍ଷ ଲକ୍ଷ ତାମିଲ ହିନ୍ଦୁଙ୍କ ସବୁଠୁ ପବିତ୍ର ତୀର୍ଥସ୍ଥାନ ହେଉଚି ବାଟୁ ଗୁମ୍ଫା । ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ପହଚିଂବା ପାଇଁ ୨୭୨ ସିଡି ଚଢିବାକୁ ପଡିଥାଏ । ଉପରେ ପହଂଚିବା ପରେ ଚୁୂନ ପଥରରେ ନିର୍ମିତ ବିଶାଳ ଗୁମ୍ଫା ଦେଖିବାକୁ ମିଳେ ।  ଯାହା ପ୍ରାୟ ୧୦୦ ମିଟର ଉଚ୍ଚ । ଈଶ୍ୱରଙ୍କ ଉପରେ ଭରଷା ନଥିଲେ ବି ଏହି ଗୁମ୍ଫା ଭିତରକୁ ଯିବା ପରେ କିଛି ଭିନ୍ନ ଧରଣର ଅନୁଭବ ହୋଇଥାଏ ।  ଏମିତି ଲାଗେ ଯେମିତି ପାହାଡ କାଟି ନିର୍ମାଣ କରାଯାଇଥିବା କୌଣସି ଏକ ବଡ ହଲକୁ ଆସିଯାଇଛନ୍ତି ।  ଗୁମ୍ଫା ଭିତରେ ଭଗବାନ ମୁରଗନ ଙ୍କ ମନ୍ଦିର ଅବସ୍ଥିତ ରହିଛି । ମୁରଗନ ହେଉଛନ୍ତି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର । ଏହାକୁ ବାଦ ଦେଲେ ଗୁମ୍ଫାରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଛି ଏବଂ ବିଭିନ୍ନ ପ୍ରକାରର ଛୋଟ ମନ୍ଦିର ବି ରହିଛି । ବିଶେଷକ୍ଷମାନେ କୁହନ୍ତି ଯେ, ଚୂନା ପଥରରେ ନିର୍ମିତ ଏହି ପ୍ରାକୃତିକ ଗୁମ୍ଫା ପ୍ରାୟ ୪୦ କୋଟି ବର୍ଷ ପୁରାତନ । ପାଣଇ ପାଇଁ ହେଉଥିବା କ୍ଷୟ କାରଣରୁ ଏମିତି ଗୁମ୍ଫା ସୃଷ୍ଟି ହୋଇଛି ।  ଏହି ଗୁମ୍ଫାର ସନ୍ଧାନ ପ୍ରଥମେ ୧୮୭୮ ମସିହାରେ ଆମେରିକା ପ୍ରକୃତି ବିଜ୍ଞାନୀ ବିଲିୟମ ହୋନୋର୍ଡେ କରିଥିଲେ । ଗୁମ୍ଫାର ସନ୍ଧାନ ହେବାର କିଛି ବର୍ଷ ପରେ ତାମିଲ ବ୍ୟବସାୟୀ କେ  ଥମ୍ବୁସାମୀ ପିଲେ ସେଠାକୁ ଯାଇଥିଲେ । ତାଙ୍କୁ ଗୁମ୍ଫାର ମୁଖ୍ୟ ଦ୍ୱାରର ଆକାର ଭଗବାନ ମୁରଗନଙ୍କ ବର୍ଚ୍ଛାର ଉପର ମୁଣ୍ଡ ଭଳି ଲାଗିଲା । ଏହାକୁ ଦେଖିବା ପରେ ତାଙ୍କ ମନରେ ସେଠାରେ ମନ୍ଦିର ନିର୍ମାଣ କରିବାର  ଭାବନା ଆସିଥିଲା । ୧୮୯୧ରେ ସେ ସେଠାରେ ଭଗବାନ ମୁରଗନଙ୍କ ମୂର୍ତ୍ତି ସ୍ଥାପନା କରିଥିଲେ । ଆଉ ପରେ ଧିରେ ଧିରେ  ଏହି ଜାଗା ମାଲେସିଆରେ ରହୁଥିବା ତାମିଲ ହିନ୍ଦୁଙ୍କ ମଧ୍ୟରେ ତୀର୍ଥ ଭଳିୁ ପ୍ରସିଦ୍ଧି ଲାଭ ହୋଇଥିଲା । ୧୮୯୨ରୁ ସେଠାରେ ତାମିଲ ହିନ୍ଦୁ ଙ୍କ ପର୍ବ ଥାଇପୁସମ ପାଳନ ହେବାକୁ ଲାଗିଲା । ଏହାକୁ ଜାନୁୟାରୀରେ ଶେଷ ଆଡକୁ କିମ୍ବା ଫେବୃୟାରୀ ମାସର ଆରମ୍ଭରେ ପାଳନ କରାଯାଏ । ଥାଇପୁସମ ପର୍ବ ପାଳନ ଅବସରରେ ଏହି ମନ୍ଦିରରେ ଭବ୍ୟ କାର୍ଯ୍ୟକ୍ରମ ପାଳନ କରାଯାଏ । ଶ୍ରଦ୍ଧାଳୁମାନେ କୁଆଲା ଲମପୁରର ଚାଇନାଟାଉନ ସ୍ଥି ଶ୍ରୀ ମହାମରୀଅମ୍ମନ ମନ୍ଦିରରୁ ପାଦରେ ଚାଲି ଚାଲି ୧୩ କିଲୋମିଟର ଦୂର ବାଟୁ ମନ୍ଦିରରେ ପହଂଚନ୍ତି । ଶୋଭାଯାତ୍ରା ଭଳି ନାଚି ଗୀତ ଗାଇ ଲୋକେ ବାଟୁ ମନ୍ଦିରରେ ପହଂଚିଥାନ୍ତି । ଥାଇପୁସମ ସମୟରେ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । ସେଠାରେ ପାଳନ ହେଉଥିବା ଥାଇପୁସମ ଭାରତ ବାହାରେ ପାଳନ ହେଉଥିବା ସବୁଠୁ ବଡ ଓ ଲୋକପ୍ରିୟ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ । ବର୍ତମାନ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିପାରିଛି । ସମଗ୍ର ବିଶ୍ୱରୁ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ କୁଆଲା ଲମପୁର ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking