27.1 C
Bhubaneswar
Wednesday, June 26, 2024
Homeଓଡିଶାନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥାନ୍ତି : ପାଣ୍ଡିଆନ

ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥାନ୍ତି : ପାଣ୍ଡିଆନ

ଭୁବନେଶ୍ୱର : ବିରୋଧୀ ଦଳ ନିର୍ବାଚନ ବେଳେ କେବଳ ମିଠା ମିଠା କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଭୋଟରମାନେ ଏଥିପ୍ରତି ସଚେତନ ରହିବାକୁ ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି, ସୁକିନ୍ଦା ଜଗନ୍ନାଥ ମନ୍ଦିର ପାଇଁ ଦେଢ କୋଟି ଟଙ୍କା ସହ ସୁକିନ୍ଦାକୁ ଏକ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ, ଦୁଇଟି ରେଳୱେ ଓଭରବ୍ରିଜ ଓ ରେଙ୍ଗାଲି ବାମ କେନାଲ କାର୍ଯ୍ୟକ୍ଷମ ହେବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥାନ୍ତି । ତେଣୁ ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ନେବା ପରେ ସେହିଦିନ ବିଜୁଳି ବିଲ ଛାଡ, ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କୁ ପେନସନ ଘୋଷଣା କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking