35.1 C
Bhubaneswar
Monday, June 17, 2024
Homeଓଡିଶାଯାଜପୁରରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର

ଯାଜପୁରରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର

ଯାଜପୁର : ନେତା ଯେମିତି ସେନାପତି ବି ସେମିତି । ଗତଥର ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ବବି ବାବୁ ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁରକୁ ବହୁତ ଭଲ ପାଆନ୍ତି । ତାଙ୍କ ସମ୍ମାନ ରକ୍ଷା କରନ୍ତୁ । ଯାଜପୁରରୁ ଏକ ଲକ୍ଷ ମାର୍ଜିନରେ ଉଭୟ ବିଧାୟକ ଓ ସାଂସଦଙ୍କୁ ଜିତାନ୍ତୁ । ଯାଜପୁରବାସୀଙ୍କୁ ଆଜି ଏଭଳି ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଯାଜପୁର ବିଧାୟକ ପ୍ରାର୍ଥୀଙ୍କୁ ଏତେ ମାର୍ଜିନରେ ଜିତାନ୍ତୁ ଯେପରି ଆସନ୍ତା ନିର୍ବାଚନରେ ବିରୋଧୀ ନାମାଙ୍କନ ଦାଖଲ କରିବାକୁ ଡରିବେ ବୋଲି ସେ ଆହ୍ବାନ ଦେଇଛନ୍ତି । ମା ବିରଜା ମନ୍ଦିରର ରୂପାନ୍ତରଣ ହେଉ କି ଯାଜପୁରରେ ମେଡିକାଲ କଲେଜ ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ପ୍ରତି ଥିବା ଭଲପାଇବାର ଉଦାହରଣ । ଯାଜପୁର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking