29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା'ର ଦେଶବ୍ୟାପୀ ରେଳ ରୋକ

‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ର ଦେଶବ୍ୟାପୀ ରେଳ ରୋକ

ଲକ୍ଷ୍ନୌ : ଲଖିମ୍‌ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି। ଆଜି ହେବାକୁ ଥିବା କୃଷକଙ୍କ ରେଳରୋକ ପାଇଁ ରାଜଧାନୀ ଲକ୍ଷ୍ନୌରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଧାରା ଅନୁସାରେ କୌଣସି ଲୋକଙ୍କ ଭିଡ଼ ଜମାଇ ପାରିବେ ନାହିଁ । ଲକ୍ଷ୍ମୀପୁର ଖେଡ଼ି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫ ଦାବି କରି ଆଜି କୃଷକମାନେ ରେଳ ରୋକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କୃଷକ ସଂଗଠନର ନେତୃତ୍ୱ ନେଉଥିବା ମିଳିତ କୃଷକ ମୋର୍ଚ୍ଚା(ଏସ୍କେଏମ୍) ପକ୍ଷରୁ ଏହି ରେଳ ରୋକ ଡକାର ଦିଆଯାଇଛି । କେନ୍ଦ୍ର କୃଷି ଆଇନକୁ ବିରୋଧ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବି କରି ଆଜି ୬ ଘଣ୍ଟା ପାଇଁ ରେଳରୋକ ଡକାର ଦିଆଯାଇଛି। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରୋକ କରାଯିବ ବୋଲି ଏସ୍ କେ ଏମ୍ କହିଛି। ସେପଟେ ଲକ୍ଷ୍ନୌ ପୋଲିସ କମିଶନର ୧୪୪ ଧାରା ଜାରି ହେବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଦେଶ ବିରୋଧୀ କାର୍ଯ୍ୟକଳାପ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲକ୍ଷ୍ନୌର କୃଷକ ନେତାଙ୍କ ଘରେ ପୁଲିସମାନେ ମୁତୟନ କରାଯାଇଛି। ଯଦି କେହି ଶାନ୍ତି ଭଙ୍ଗ କରନ୍ତି ତେବେ ଜାତୀୟ ସୁରକ୍ଷା ଆଇନକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଲକ୍ଷ୍ନୌ ପୋଲିସ କହିଛି।

ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ କହିଛି, ଲଖିମ୍‌ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍‌କେଏମ୍‌’ ଦେଶବ୍ୟାପୀ ରେଳରୋକ କରିବ। ରେଳବାଇ ସମ୍ପଦର କୌଣସି ପ୍ରକାର କ୍ଷତି ବା ନଷ୍ଟ ନ କରି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ‘ଏସ୍‌କେଏମ୍‌’ ଉକ୍ତ ବିବୃତିରେ ଉଲ୍ଲେଖ କରିଛି। କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ରୁ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରାଯିବାର କାରଣ ଦର୍ଶାଇ ‘ଏସ୍‌କେଏମ୍‌’ କହିଛି ଯେ, କେନ୍ଦ୍ର ସରକାରରେ ଅଜୟ ମିଶ୍ରା ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବାରୁ ଏହି ମାମଲାର ନ୍ୟାୟ ବିଚାର ହୋଇପାରିବ ନାହିଁ। ତାଙ୍କ ଭାଷଣରେ ସେ ହିନ୍ଦୁ ଓ ଶିଖ୍‌ମନାଙ୍କ ମଧ୍ୟରେ ଘୃଣା, ଶତ୍ରୁତା ଏବଂ ସାମ୍ପ୍ରଦାୟିକ ଅସହବସ୍ଥାନ ଭଳି କଥାକୁ ଉତ୍ସାହ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀମାନଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଯାଇଛି। ସେ ତାଙ୍କ ପୁଅକୁ ଲୁଚାଇ ରଖିଥିଲେ ଏବଂ ପୁଲିସ ଆଶିଷ ମିଶ୍ରଙ୍କୁ ସମନ ଦେବାବେଳେ ସେ ଚକ୍ରାନ୍ତ କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking