39.1 C
Bhubaneswar
Tuesday, April 23, 2024
Homeଅପରାଧଶାଶୁ ନଣନ୍ଦଙ୍କୁ ଏମିତି ହତ୍ୟା କରିଥିଲା ବୋହୂ

ଶାଶୁ ନଣନ୍ଦଙ୍କୁ ଏମିତି ହତ୍ୟା କରିଥିଲା ବୋହୂ

ନୂଆଦିଲ୍ଲୀ:ଉଦ୍ୟୋଗିକ କ୍ଷେତ୍ରସ୍ଥିତ ମିୟାଁର ପୁରା ଗାଁ ରେ ମା ଝିଅଙ୍କୁ ହତ୍ୟା କରିଥିବା ଘଟଣାର ଖୁଲାସା କରି ଶନିବାର ପୁଲିସ ବୋହୂ ସଲୋନୀ ତଥା ତା ସ୍ୱାମୀଙ୍କ ବନ୍ଧୁ ଶୋଭନାଥ ଓରଫ ଶୋଭଇକୁ ଗିରଫ କରିଛି । ସଲୋନୀ ନିଜେ ହତ୍ୟାରେ ସାମିଲ ଥିଲା । ହତ୍ୟା ପରେ ଦୁହେଁ ଘରୁ ଗହଣା ବି ଚୋରି କରିଥିଲେ । ଯାହାଦ୍ୱାରା ଏହି ଘଟଣା ଚୋରି ହୋଇଥିବା ପରି ଲାଗିବ ।
ପୁଲିସକୁ ଦେଇଥିବା ବୟାନରେ ସଲୋନୀ କହିଛି ଯେ ଶାଶୁ ଘର ଲୋକେ ତାକୁ ତାର ୬ ବର୍ଷର ଝିଅ ସହ ଦେଖା କରିବାକୁ ଦେଉନଥିଲେ । ସେଥିପାଇଁ ସେ ହତ୍ୟା ଷଡଯନ୍ତ୍ର ରଚିଥିଲା । ପୁଲିସ ତା ନିକଟରୁ ଗହଣା ବି ଜବତ କରିଛି । ମିୟାଁର ପୁରାରେ ମଙ୍ଗଳବାର ରାତିରେ ପ୍ରେମପତି ଦେବୀ ଓ ତାଙ୍କ ଝିଅ ତନୁଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା । ପ୍ରେମପତିଙ୍କ ସ୍ୱାମୀ ବଜରଂଗ ବହାଦୂର ପଟେଲ ଓ ନଚଉ ପଟେଲଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଘଟଣା ସମୟରେ ବଜଂଗଙ୍କ ୬ ବର୍ଷର ନାତୁଣୀ ଆଂଶିକା ବି ଥିଲା । ହେଲେ ଆକ୍ରମଣକାରୀ ତାକୁ ଛାଡି ଦେଇଥିଲେ । ଏହି ମାମଲାରେ ପୁର୍ବ ଶତ୍ରୁତା ଆଧାରରେ ପଡୋଶୀ ପରିବାରର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହେଲେ ପୁଲିସକୁ ଏହା ଆଉ କିଛି ଲାଗିଥିଲା । ତଦନ୍ତ ସମୟରେ ଜଣାପଡିଥିଲା ଯେ, ବଜରଂଗର ପୁଅ କିଛି ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିଲା । ତାଙ୍କ ପତ୍ନୀ ସଲୋନୀ ଦ୍ୱିତୀୟ ବିବାହ କରିଥିଲେ । ଆଂଶିକା ସଲୋନୀର ଝିଅ । ସଲୋନୀର କଲ୍ ଡିଟେଲ୍ସ ଯାଂଚ କରାଗଲା । ପରେ ପୁଲିସକୁ ଅନେକ ତଥ୍ୟ ମିଳିଥିଲା । ଏହାପରେ ସଲୋନୀ ଓ ଶୋଭନାଥ ଓରଫ ଶୋଭଇକୁପ ଗିରଫ କରାଯାଇଥିଲା । ଶୋଭନାଥ ସଲୋନୀ ଙ୍କ ସ୍ୱାମୀଙ୍କ ବନ୍ଧୁ ।
ଓଲୋନୀ ଓ ଶୋଭନାଥଙ୍କ ମଧ୍ୟରେ ଘଟଣା ପୂର୍ବରୁ ଓ ପରେ ଅନେକ କଥା ହୋଇଥିଲା । ପଚରାଉଚୁରାରେ ସଲୋନୀ ଭାଙ୍ଗି ପଡିଥିଲା । ସେ କହିତିଲା ଯେ, ଯେବେଠୁ ସେ ଦ୍ୱିତୀୟ ବିବାହ କରିଥିଲା ସେବେଠୁ ଶାଶୁ ଘର ଲୋକେ ତାକୁ ଝିଅ ସହ ଦେଖା କରିବାକୁ ଦେଉନଥିଲେ  କିମ୍ବା ଫୋନରେ ବି କଥା ହେବାକୁ ଦେଉ ନଥିଲେ । ଚରିତ୍ର ଉପରେ ପ୍ରଶନ ଉଠାଉଥିଲେ । ହେଲେ ସଲୋନୀ ଝିଅ ପାଇଁ ବ୍ୟାକୁଳ ହେଉଥିଲା । ସେ ଅନେକ ଥର ତା ଝିଅକୁ ନେବା ପାଇଁ ବି ଯାଇଥିଲା । ହେଲେ ଶାଶୁ ଘର ଦେଇନଥିଲେ । ଏହିସବୁ କାରଣ ପାଇଁ ସେ ସେମାନଙ୍କୁ ମାରିଦେବାକୁ ଚିନ୍ତା କରିଥିଲା । ଓ ତା ସ୍ୱାମୀର ବନ୍ଧଉ ସୋଭନାଥ ବିନ୍ଦୁଙ୍କୁ ପଇସାର ପ୍ରଲୋଭନ ଦେଖାଇ ଏହି କାମ ପାଇଁ ପ୍ରସ୍ତୁତ ହୋଇଥିଲା ।
ଏସପି ଯମୁନାପାରଙ୍କ ଅନୁସାରେ, ସଲୋନୀ ଓ ଶୋଭନାଥଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ସେଥିପାଇଁ ଏହି ଘଟଣାକୁ ସଫଳ କରିବା ପାଇଁ ଶୋଭନାଥ ରାଜି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking