34.1 C
Bhubaneswar
Thursday, April 30, 2026
Homeଓଡିଶାଜାତୀୟ ଡ଼ାକ କମର୍ଚାରୀ ସଂଘର ବୈଠକ

ଜାତୀୟ ଡ଼ାକ କମର୍ଚାରୀ ସଂଘର ବୈଠକ

ଯାଜପୁର: ଯାଜପୁର ବ୍ଲକ ପରିସରରେ ଜାତୀୟ ଗ୍ରାମୀଣ ଡ଼ାକ ସେବକ ସଂଘ ଯାଜପୁରଶାଖାର ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଶଶୀକାନ୍ତ ମହାରଣାଙ୍କ ସଭାପତିତ୍ୱେର ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶୁଭ୍ରକାଶ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ମନୋଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଚନ୍ଦ୍ରମଣୀ ମେହେର, ଗୈାତମ ଚରଣ ଦାସ, ହରିଶଙ୍କର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଡ଼ାକ୍ କମର୍ଚାରୀମାନଦଙ୍କ ସୁବିଧା ଅସୁବିଧା ସମ୍ପକର୍ରେ ଆଲୋଚନା କରିବା ସହିତ ଆଗାମୀ ଦିନରେ କିପରି ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ପୂରଣ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କୁ ଡ଼ାକ କମର୍ଚାରୀ ମାନଙ୍କୁ କାର୍ଯ୍ୟକ୍ଷେତ୍ର ରେ ଦେଖାଯାଉଥିବା ଅସୁବିଧା ଗୁଡ଼ିକ ସମ୍ପକର୍ରେ ଅବଗତ କରାଯିବା ପାଇଁ ଏହି ସଭାରେ ନିସ୍ପତି ଗ୍ରହଣ କରାଯାଇଥିଲେ। ଏହି ଅବସର ରେ ସଂଘ ର ପୁରାତନ କର୍ମକର୍ତା ମାନଙ୍କୁ ସମ୍ବଦ୍ଧର୍ନା ପ୍ରଦାନ କରାଯିବା ସହ ନୂତନ କର୍ମକର୍ତାଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଜୟ ସୁତାର, ସୈାମ୍ୟ ରଞ୍ଜନ ବାରିକ୍‌, ସୈାମ୍ୟ ରଞ୍ଜନ ପଣ୍ଡା, ମିଲନ୍‌ଜିତ୍ ରାୟ ପ୍ରମୁଖ ଯୋଗ ଦେଇ ସଭା ପରିଚାଳନା ରେ ସକ୍ରିୟ ସହେଯାଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking