38.1 C
Bhubaneswar
Friday, April 26, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ଶିଘ୍ର ପୁରଣ କରନ୍ତୁ ସରକାର - ନରସିଂହ

ବଲାଙ୍ଗିର ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ଶିଘ୍ର ପୁରଣ କରନ୍ତୁ ସରକାର – ନରସିଂହ

ବଲାଙ୍ଗିର,- ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶୀକାର ହୋଇ ଆସିଛି । ବହୁତ ଦିନରୁ ଜିଲ୍ଲାରେ ୧୦୦ ରୁ ଉର୍ଦ୍ଧ୍ୱ ହେବ ଡାକ୍ତର ପଦବୀ ଖାଲି ପଡିଛି । ସରକାରଙ୍କୁ ବାରମ୍ବାର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ପଦବୀ ପୁରଣକୁ ନେଇ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନ ସରକାରଙ୍କ ଆମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଏତେ ବଢିଯାଇଛି ଯେ ଏଠାକାର ଡାକ୍ତରଖାନାମାନଙ୍କରେ ଖାଲିଥିବା ପଦବୀ ପୁରଣ ପରିବର୍ତ୍ତେ ଏଠାରୁ ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ପାଇଁ ପଠେଇ ସେଠାରେ ନିୟୋଜିତ କରାଯାଉଛି ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ସରକାରଙ୍କ ସ୍ପଷ୍ଟ ନିୟମ ଅଛି ଯେ କେବିକେ ଭଳିଆ ଅନଗ୍ରସର ଜିଲ୍ଲାମାନଙ୍କରେ କୌଣସି ବି କର୍ମଚାରୀଙ୍କୁ ଅନ୍ୟ ଜିଲ୍ଲାକୁ ବିନା ରିଲିଭରରେ ନିଆଯାଇ ପାରିବ ନାହିଁ କିନ୍ତୁ ବଲାଙ୍ଗିର କ୍ଷେତ୍ରରେ ବାରମ୍ବାର ତାର ବ୍ୟତିକ୍ରମ ଦେଖାଯାଉଛି । ପଚାରିଲେ କହୁଛନ୍ତି ୧୦/୧୫ ଦିନ ଭିତରେ ଏଠାରୁ ଯାଇ ଗଞ୍ଜାମ ରେ ନିୟୋଜିତ ଡାକ୍ତରମାନଙ୍କୁ ପୁଣି ଫେରେଇ ଅଣାଯିବ । ଏଠାରେ ମୋର ପ୍ରଶ୍ନ ଯଦି ଏହି ୧୦/୧୫ ଦିନ ଭିତରେ ଆମ ଜିଲ୍ଲାର କୌଣସି ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ପାଇ ମୃତ୍ୟୁବରଣ କରେ ତେବେ ଦାୟି କିଏ ରହିବ ? ସରକାର ଏହାର ଉତ୍ତରଦାୟିତ୍ୱ ନେବେ କି ? ତେଣୁ ସରକାର ଆମ ଜିଲ୍ଲା ପ୍ରତି ଥିବା ତାଙ୍କର ବୈମାତୃକ ମନୋଭାବକୁ ତ୍ୟାଗ କରି ଯେତେ ଶିଘ୍ର ହେବ ଏଠାରୁ ଯାଇଥିବା ସମସ୍ତ ଡାକ୍ତରଙ୍କୁ ଫେରାଇ ଆଣନ୍ତୁ ଏବଂ ତା ସହିତ ବଲାଙ୍ଗିରରେ ଖାଲିଥିବା ସମସ୍ତ ଡାକ୍ତର ପଦବି ପୁରଣ କରନ୍ତୁ । ଶ୍ରୀ ମିଶ୍ର ଆହୁରି ମଧ୍ୟ ବଲାଙ୍ଗିର ଜନସାଧାରଣଙ୍କୁ ସରକାରଙ୍କ ଏପରି ବଲାଙ୍ଗିର ପ୍ରତି ଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜାତି, ଦଳ, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏକ ହୋଇ ବଲାଙ୍ଗିରର ସ୍ୱାର୍ଥ ପାଇଁ ସରକାରଙ୍କୁ ସମାଲୋଚନା କରିବା ସହ ଏହି ବୈମାତୃକ ମନୋଭାବ ବିରୁଦ୍ଧରେ ସ୍ୱରଉତ୍ତଳନ କରିବା କୁ ଆହ୍ୱାନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନାମାନଙ୍କରେ ବହୁଦିନରୁ ୧୦୦ ରୁ ଉର୍ଦ୍ଧ୍ୱ ହେବ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ କରୋନା ମହାମାରୀ ସମୟରେ ଲୋକେ ଚିକିତ୍ସା ସୁବିଧା ନ ପାଇ ଏକ ଅଭାବନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking