33.3 C
Bhubaneswar
Friday, June 13, 2025
Homeଖେଳମଣ୍ଟେ କାର୍ଲୋ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ନାଗଲ୍‌; ପ୍ରଥମ ରାଉଣ୍ଡ୍‌ରେ ବିଶ୍ୱ ନଂ. ୩୮ ଅର୍ନାଲ୍ଡିଙ୍କୁ...

ମଣ୍ଟେ କାର୍ଲୋ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ନାଗଲ୍‌; ପ୍ରଥମ ରାଉଣ୍ଡ୍‌ରେ ବିଶ୍ୱ ନଂ. ୩୮ ଅର୍ନାଲ୍ଡିଙ୍କୁ ହରାଇଲେ

ନୂଆଦିଲ୍ଲୀ: ଭାରତର ନଂ. ୧ ଟେନିସ୍ ଖେଳାଳି ସୁମିତ୍ ନାଗଲ୍ ରୋଲେକ୍ସ ମଣ୍ଟେ କାର୍ଲୋ ଏଟିପି ମାଷ୍ଟର୍ସ ୧୦୦୦ ଇଭେଣ୍ଟ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ନାଗଲ୍ ସୋମବାର ବିପର୍ଯ୍ୟୟ ସୃଷ୍ଟିକରି ପ୍ରଥମ ରାଉଣ୍ଡ୍‌ରେ ବିଶ୍ୱ ୩୮ ନମ୍ବର ଖେଳାଳି ଇଟାଲୀର ମାଟେଓ ଅର୍ନାଲ୍ଡିଙ୍କୁ ହରାଇ ଦେଇଛନ୍ତି । ୯୫ତମ ର‌୍ୟାଙ୍କ୍‌ର ଖେଳାଳି ନାଗଲ୍ ପ୍ରଥମ ସେଟ୍‌ରେ ପଛୁଆ ରହିବା ପରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରି ସଂଘର୍ଷପୂର୍ଣ୍ଣ ଦୁଇ ଘଣ୍ଟା ୩୭ ମିନିଟ୍‌ର ମ୍ୟାଚ୍‌ରେ ଅର୍ନାଲ୍ଡିଙ୍କୁ ୫-୭, ୬-୨, ୬-୪ ସେଟ୍‌ରେ ମାତ୍ ଦେଇଛନ୍ତି । ଏଟିପିଟି ମାଷ୍ଟର୍ସ ଇଭେଣ୍ଟ୍‌ରେ ଭାରତୀୟ ଖେଳାଳିଙ୍କ ଏହା ମୁଖ୍ୟ ଡ୍ର’ରେ ପ୍ରଥମ ବିଜୟ । ଦ୍ୱିତୀୟ ରାଉଣ୍ଡ୍‌ରେ ସେ ବର୍ତ୍ତମାନର ରନରଅପ୍ ଡେନ୍‌ମାର୍କର ହୋଲ୍‌ଗର ରୁନେଙ୍କୁ ଭେଟିବେ । କୌଣସି ଟପ୍‌-୫୦ ଖେଳାଳିଙ୍କ ବିପକ୍ଷରେ ଏହା ନାଗଲ୍‌ଙ୍କର ତୃତୀୟ ଏବଂ ଚଳିତ ସିଜନ୍‌ରେ ଦ୍ୱିତୀୟ ବିଜୟ । ୨୬ ବର୍ଷୀୟ ନାଗଲ୍ ଚଳିତ ବର୍ଷ ପ୍ରାରମ୍ଭରେ ସେବେକାର ବିଶ୍ୱ ନମ୍ବର ୨୭ ଆଲେକ୍‌ଜାଣ୍ଡର୍ ବୁବ୍‌ଲିକ୍‌ଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍‌ରେ ସିଧା ସେଟ୍‌ରେ ପରାଜିତ କରିଥିଲଶ । ସେହିପରି ୨୦୨୧ ମାର୍ଚ୍ଚରେ ଆର୍ଜେଣ୍ଟିନା ଓପନ୍‌ରେ ସେବେକାର ବିଶ୍ୱ ନଂ. ୨୨ ଚିଲିର କ୍ରିଷ୍ଟିଆନ୍ ଗାରିନ୍‌ଙ୍କୁ ହରାଇଥିଲେ । ଉଚ୍ଚ ର‌୍ୟାଙ୍କିଙ୍ଗ୍‌ର ଖେଳାଳିଙ୍କ ବିପକ୍ଷରେ ବିଜୟ ସହ ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଥିବା ନାଗଲ୍ ସୋମବାରର କ୍ଲେ କୋର୍ଟ ଇଭେଣ୍ଟ୍ ବିଜୟ ପରେ କ୍ୟାରିୟର୍ ସର୍ବଶ୍ରେଷ୍ଠ ୮୦ତମ ର‌୍ୟାଙ୍କ୍ ନିଶ୍ଚିତ କରିଛନ୍ତି । ୪୨ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ମଣ୍ଟେ କାର୍ଲୋ ମାଷ୍ଟର୍ସ ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଥିବା ୯୫ତମ ର‌୍ୟାଙ୍କ୍‌ର ନାଗଲ୍ ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚାରେ ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲେ । ତେବେ କାନାଡାର ମିଲୋସ୍ ରାଉନିକ୍‌ଙ୍କଠାରୁ ପ୍ରଥମ ରାଉଣ୍ଡ୍‌ରେ ପରାଜିତ ହୋଇଥିଲେ । ସେହିପରି ମିଆମି ମାଷ୍ଟର୍ସ କ୍ୱାଲିଫାୟର୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ମୁଖ୍ୟ ଡ୍ର’ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking