37.1 C
Bhubaneswar
Sunday, April 28, 2024
Homeଓଡିଶାଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର

ଗୁଣୁପୁର : ବୁଝିଲାନି ଭକ୍ତଙ୍କ ଅବୁଝା ମନ । ଶେଷରେ ନିଜ ଘରେ ପୂଜା ପାଉଥିବା ଶ୍ରୀଜୀଉଙ୍କୁ ନିଜ ହାତରେ ନାଗାର୍ଜୁନ ବେଶରେ ସୁସଜ୍ଜିତ କରିଛନ୍ତି । ଦୀର୍ଘ ୨୬ ବର୍ଷ ପରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପଡିଥିବା ବେଳେ କରନା କଟକଣା ଯୋଗୁଁ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତଙ୍କୁ ବାରଣ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମ ରେ ବି ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏଣୁ ଏଥିରେ ବ୍ୟଥିତ ହୋଇ ନିଜେ ନିଜ ଘରେ ପୂଜା ପାଉଥିବା ବେଶ ପ୍ରିୟ କଳାଠାକୁରଙ୍କୁ ନିଜେ ବେଶକାରି ସାଜି ଅତି ସୁନ୍ଦର ଭାବେ ସଜ୍ଜିତ କରିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗର ରେ ରହୁଥିବା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ଏକଦା ଦୁରାରୋଗ୍ୟରେ ପୀଡିତ ଥିବା ପୂର୍ଣ୍ଣଚନ୍ଦ୍ର ଜଗନ୍ନାଥଙ୍କ କୃପାରୁ ଆରୋଗ୍ୟ ଲାଭ କରିଥିଲେ । ସେହିଦିନୁ ସେ ନିଜ ଘରକୁ ଶ୍ରୀମନ୍ଦିର କରି ଦେଇଛନ୍ତି । ଶ୍ରୀମନ୍ଦିରରେ ଯାହା ନୀତିକାନ୍ତି ସେ ଘରେ ସେଭଳି କରନ୍ତି । ଏପରିକି ପ୍ରତିବର୍ଷ ସେ ନିଜ ହାତରେ କୁନିରଥ ତିଆରି କରି ଗୁଣୁପୁର ବଡଦାଣ୍ଡରେ ରଥଯାତ୍ରା ରେ ଗଡାନ୍ତି । ନବକଳେବରରେ ଦାରୁ ବିଗ୍ରହଙ୍କୁ ପାତଳୀ କରି ନୂତନ କଳେବର ଠାକୁରଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଆଜି ପବିତ୍ର ନାଗାର୍ଜୁନ ବେଶରେ ବେଶ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଓ ବନ୍ଧୁ ପରିଜନ । ପାଖ ପଡୋଶୀବି ନିକଟରେ ପରଂବ୍ରହ୍ମ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ବେଶ ଆନନ୍ଦିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking