26.1 C
Bhubaneswar
Friday, March 29, 2024
Homeଲାଇଫ୍ ଷ୍ଟାଇଲ୍ବିଟ ଜୁସ ପିଇଲେ କ’ଣ ଫାଇଦା ମିଳେ

ବିଟ ଜୁସ ପିଇଲେ କ’ଣ ଫାଇଦା ମିଳେ

ଭୁବନେଶ୍ୱର: ବିଟ୍ ଏକ ଏପରି ଜିନିଷ, ଯାହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ ନାହିଁ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ଏହାର ଗୁଣ ପାଇଁ ସମସ୍ତେ ଏହାକୁ ସୁପର ଫୁଡ୍ କୁହନ୍ତି । ଏହାର ଜୁସ ମଧ୍ୟ ଶରୀର ପାଇଁ ଅନେକ ଲାଭପ୍ରଦ ହୋଇଥାଏ ।
ହାଇ ବ୍ଲଡ ପ୍ରେସର କମ୍ କରିବାରେ ବିଟ୍ ଜୁସ ବେଶ ଫଳପ୍ରଦ ହୋଇଥାଏ । ଗବେଷଣାରୁ ଜଣାପଡିଛି ଯେ, ପ୍ରତିଦିନ ୨୫୦ ମିଲି ଲିଟର ଜୁସ ପିଇବା ଦ୍ୱାରା ସିଷ୍ଟୋଲିକ୍ ଓ ଡାୟଷ୍ଟୋଲିକ୍ ରକ୍ତ ଚାପ ହ୍ରାସ ହୋଇଥାଏ ।
ଏଥିରେ ନାଇଟ୍ରେଟ ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀର ମାଂଶପେଶୀକୁ ଦୃଢ ରଖିବାରେ ସହାୟକ ହୋଇଥାଏ । ୨୦୧୫ରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ହାର୍ଟ ଫେଲ ସମସ୍ୟାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଏହି ଜୁସ ପିଇବାର ଦୁଇ ଘଣ୍ଟା ପରେ ମାଂସପେଶୀ ଶକ୍ତି ୧୩ ପ୍ରତିଶତ ବଢିଥିବା ଅନୁଭବ କରିଛନ୍ତି ।
ସମସ୍ତେ ଜାଣନ୍ତି ବିଟ ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ ।
ବିଟ ଜୁସରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ରୋଗ ଦୂର ହୋଇଥାଏ । ଗ୍ୟାସଷ୍ଟ୍ରିକ ପାଇଁ ଏହା ମଧ୍ୟ ଲାଭଦାୟକ । ସକାଳୁ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।
ବିଟ ପ୍ରତିଦିନ ଖାଇବା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସେହିପରି ଅର୍ଶ ରୋଗୀଙ୍କ ପାଇଁ ଏହା ଉପଯୋଗୀ ।
ବିଟକୁ ପାଣିରେ ଗରମ କରି ଏଥିରେ ରସ ସଂଗ୍ରହ କରନ୍ତୁ । ଏହାକୁ ଦିନକୁ ୩ ଥର ପିଅନ୍ତୁ । ଏହା ଲିଭର ଲାଗି ଉପଯୋଗୀ ।
କଫ ସମସ୍ୟା ଦୂର କରି ଶ୍ୱାସ ନଳୀକୁ ସଫା ରଖେ ବିଟ । ଏଥିପାଇଁ ଡାଏଟରେ ବିଟ ଜୁସ ସାମିଲ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking