28.1 C
Bhubaneswar
Thursday, March 28, 2024
Homeଓଡିଶାଡ଼ିଏଭି ପୋଖରୀପୁଟରେ ସମ୍ବିଧାନ ଦିବସ ପାଳିତ

ଡ଼ିଏଭି ପୋଖରୀପୁଟରେ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର : ଭାରତର ସମ୍ବିଧାନ ପ୍ରସ୍ତାବନାକୁ ମନେ ପାକାଇବା ଏବଂ ଏଥିରେ ଥିବା ମୁଲ୍ୟବୋଧ ତଥା ନୀତି ଗୁଡ଼ିକୁ ସ୍ମରଣ କରିବରା ନିମନ୍ତେ , ଡ଼ିଏଭି ପବ୍ଲିକ ସ୍କୁଲ ପୋଖରିପୁଟ ଭର୍ଚୁଆଲ ମାଧ୍ୟମରେ ‘ସମ୍ବିଧାନ ଦିବସ’ ପାଳିତ ହୋଇଛି । ଅନଲାଇନ ମାଧ୍ୟମରେ ଭାରତର ସାମ୍ବିଧାନିକ ପ୍ରସ୍ତାବନାକୁ ବିଦ୍ୟାର୍ଥୀ ଘରେ ରହି ପଠନ କରିଥିବାବେଳେ ଶିକ୍ଷକଶିକ୍ଷୟିତ୍ରୀ ମାନେ ଏହାକୁ ବିଦ୍ୟାଳୟରେ ପାଳନ କରିଥିଲେ । ଏହି ଅବସରରେ ଭାରତର ସମ୍ବିଧାନ ଉପରେ ଆଧାରିତ ଅନଲଇନ କ୍ୱିଜ ; କନିଷ୍ଠ ବର୍ଗ – ଷଷ୍ଠଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ବରିଷ୍ଠ ବର୍ଗ ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଆୟୋଜନ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁସ୍ମିତ ପ୍ରସାଦ ପାଣିଙ୍କ ଦ୍ୱାରା ‘ଭାରତୀୟ ସମ୍ବିଧାନର ସାମ୍ବିଧାନିକ ମୁଲ୍ୟବୋଧ ଏବଂ ମୌଳିକ ନିତୀ’ ଶୀର୍ଷକ ଏକ ଅନଲାଇନ ପାଠ୍ୟଚକ୍ର ଆଲେଚିତ ହୋଇଥିଲା । ଆମ ସମ୍ବିଧାନ ବିଷୟରେ ଆଲେଚନା କରିବା ବେଳେ ସେ କେବଳ ଆମ ଦେଶର ଅନେକ ଉଦାହରଣକୁ ବର୍ଣ୍ଣନା କରିନାହାନ୍ତି ବସ୍ତୁତଃ ବିଶ୍ୱର ଅନେକ ଦେଶର ଛାତ୍ରଛାତ୍ରୀଙ୍କ ଉଦାହରଣକୁ ନିଜ ଆଲେଚନା ମାଧ୍ୟମରେ ସ୍ଥାନ ଦେଇଛନ୍ତି । ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସହ ଏହା ସ୍ୱତନ୍ତ୍ରତା ଉପରେ ଆଲେକପାତ କରିଥିଲେ । ବିଦ୍ୟାଳୟର ଅଧକ୍ଷା ତଥା ଡ଼ିଏଭି -୧ ଜୋନର ଆଞ୍ଚଳିକା ନିର୍ଦ୍ଦେଶିକା ଡ଼. ସୁଜାତାଙ୍କ ନୀର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଦ୍ୟାଳୟାର ସାମାଜିକ ବିଜ୍ଞାନ ବିଭାଗ ଆନୂକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking