23.1 C
Bhubaneswar
Friday, May 1, 2026
Homeଓଡିଶାନବ ଦାସଙ୍କ ହତ୍ୟା ମାମଲା:ମୁହଁ ଖୋଲିଲେ ମୁଖ୍ୟ ସାକ୍ଷୀ

ନବ ଦାସଙ୍କ ହତ୍ୟା ମାମଲା:ମୁହଁ ଖୋଲିଲେ ମୁଖ୍ୟ ସାକ୍ଷୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କ ଧଳା ସାର୍ଟ ପ୍ରସଙ୍ଗରେ ଏହି ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ହଳଦିଆ ସାର୍ଟ ଦାଖଲ କରିଥିଲି, କେମିତି ଧଳା ହେଲା ଜାଣିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସିବିଆଇ ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ପୁଣି କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାବେଳେ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି। ଗଣମାଧ୍ୟମରେ ଗଣ ଚର୍ଚ୍ଚା ହେଉଛି ଜାଣି ନାହିଁ। ଘଟଣାଦିନ ପିନ୍ଧିଥିବା ହଳଦିଆ ସାର୍ଟ ମୁଁ କ୍ରାଇମବ୍ରାଞ୍ଚକୁ ଦେଇଥିଲି। ସେ ବିଷୟରେ କ’ଣ ଲେଖାଯାଇଛି ତାହା କ୍ରାଇମବ୍ରାଞ୍ଚକୁ ହିଁ ପଚାରନ୍ତୁ। କ୍ରାଇମବ୍ରାଞ୍ଚ ସଠିକ ତଥ୍ୟ ଦେଇପାରିବ। କୋର୍ଟରେ ହଳଦିଆ ସାର୍ଟ ପିନ୍ଧିଥିବା କହିଥିବାବେଳେ ମୋଠାରୁ ହଳଦିଆ ସାର୍ଟ ଜବତ ହୋଇଛି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ନିବେଦନ କରୁଛି ବୋଲି ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଥିଲେ। ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ତଦନ୍ତରେ ସାଂଘାତିକ ତ୍ରୁଟି ହୋଇଥିବା ସୂଚନା ମିଳିଛି। ହତ୍ୟା ମାମଲାର ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳି ଯାଇଥିବା ସୂଚନା ମିଳିଛି। ହଳଦିଆ ସାର୍ଟ ପିନ୍ଧିଥିବା ବ୍ୟକ୍ତି ଧଳା ସାର୍ଟ ପିନ୍ଧିଥିବା ଦର୍ଶାଯାଇଛି। ପ୍ରପର୍ଟି ସିଜର ତାଲିକାରେ ତ୍ରୁଟି ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking