40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

ମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର । ଲୋକତନ୍ତ୍ରରେ ନିର୍ବାଚନ ପର୍ବ ସମସ୍ତଙ୍କ ପାଇଁ ମହତ ରଖୁଛି । ସମସ୍ତେ ଏହାକୁ ଉତ୍ସବ ରୂପେ ପାଳନ କରିବା ଉଚିତ୍ । ମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି । ବର୍ଷ ୨୦୪୭ ଭାରତ ପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି । ମୁଁ ସବୁ କରୁଛି ବୋଲି କହୁନି, ବହୁତ କରିବାକୁ ବାକି ଅଛି । ଦେଶକୁ ଶକ୍ତିଶାଳୀ କରିବା ହେଉଛି ମୋର ପ୍ରାଥମିକତା । ପୂର୍ବରୁ ସରକାର ପରିବାରବାଦକୁ ଗୁରୁତ୍ୱ ଦେଇ ଆସୁଥିଲେ । ବିଗତ ଦୁଇ ବର୍ଷ ହେଲା ୨୦୪୭କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି । ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ନିର୍ବାଚନରେ ସବୁ ମତଦାତା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିଛି ଲୋକ ଅଛନ୍ତି ଯାହା ଇଛା କହି ପକାଉଛନ୍ତି । ଜଣେ ନେତା କହିଲେ ଝଟକାରେ ଗରିବୀ ହଟାଇଦେବି । ଦଶନ୍ଧି ଦଶନ୍ଧି ଧରି ଶାସନ କରିବା ପରେ ଏବେ ଏମିତି କହିଛନ୍ତି । ନେତା ଦାୟିତ୍ୱ ନେବା କଥା , କହୁଥିବା କଥା ପାଳନ କରିବା କଥା । ମୋ ହିସାବରେ ପ୍ରାଣ ଯାଉ,କିନ୍ତୁ ବଚନ ନଯାଉ । କଥା କହି ଯଦି ନରଖି ପାରିବେ , ତେବେ ଗାଦି ଛାଡିଦେବା କଥା । ଏଥିପାଇଁ ମୁଁ କହୁଛି ମୋଦିର ଗ୍ୟାରେଣ୍ଟି, ଗ୍ୟାରେଣ୍ଟି ମାନେ ଭରଷା । କିଛି ଲୋକଙ୍କ ପାଇଁ ରାମ ମନ୍ଦିର ରାଜନୀତି ହତିଆର ଥିଲା । କିଛି ଲୋକ ରାମମନ୍ଦିର ରାସ୍ତାରେ କଣ୍ଟା ହୋଇ ଛିଡା ହେଉଥିଲେ । ଭୋଟବ୍ୟାଙ୍କ ରାଜନୀତି ପାଇଁ ସେମାନେ ବାଧା ସୃଷ୍ଟି କରୁଥଲେ । ଏମିତିକି ଅଦାଲତରେ ମଧ୍ୟ ରାମମନ୍ଦିର ଅଟକାଇବାକୁ ଚେଷ୍ଟା କରୁଥିଲେ । ଏମିତିକି ପ୍ରାଣପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଥିଲେ ବି ଆସିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking