29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ୫ ବର୍ଷରେ ୫ ଟ୍ରିଲିୟନ ଅର୍ଥନୀତି ହେବ ଭାରତ: ମୋଦୀ

୫ ବର୍ଷରେ ୫ ଟ୍ରିଲିୟନ ଅର୍ଥନୀତି ହେବ ଭାରତ: ମୋଦୀ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର । ଜାତୀୟ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ମୋଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ଏଥିସହ ବିରୋଧିଙ୍କୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି । ୫ ବର୍ଷରେ ୫ ଟ୍ରିଲିୟନ ଅର୍ଥନୀତି ହେବ ଭାରତ ବୋଲି ମୋଦି କହିଛନ୍ତି । ୨୦୪୭ ପର୍ଯ୍ୟନ୍ତ ଦେଶରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, “ଯେବେ ଦେଶ ଆଜାଦୀ କା ୭୫ ବର୍ଷ ପାଳନ କରୁଥିଲା ସେତେବେଳେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି । ୨୦୪୭ରେ ଦେଶ ସ୍ୱାଧୀନତାର ଶହେ ବର୍ଷରେ ପହଞ୍ଚିବାକୁ ଯାଉଛି । ସ୍ୱାଭାବିକ ଭାବେ ଏହି ମାଇଲଷ୍ଟୋନ ନୂଆ ଉତ୍ସାହ ବଢାଇଥାଏ । ଏହି ୨୫ ବର୍ଷ ମଧ୍ୟରେ ସର୍ବାଧିକ ଉପଯୋଗ କିପରି କରିବା ସେ ବିଷୟରେ ମୁଁ ଭାବିଛି । ସ୍ୱାଧୀନତାର ୧୦୦ ବର୍ଷ ଦେଶରେ ଏକ ପ୍ରେରଣା ସୃଷ୍ଟି କରିବ ।

ଗଣତନ୍ତ୍ରରେ ନିର୍ବାଚନର ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ନିର୍ବାଚନ ଏକ ମହାପର୍ବ ଅଟେ । ଏହାକୁ ଉତ୍ସବ ଭାବରେ ପାଳନ କରିବା ଉଚିତ । ଅନ୍ୟପଟେ ପ୍ରାର୍ଥୀ ମୁଖ୍ୟ ନା ମୋଦି ମୁଖ୍ୟ ଭଳି ଏକ ପ୍ରଶ୍ନରେ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନରେ କେବଳ ପ୍ରାର୍ଥୀ ନୁହଁନ୍ତି ବରଂ ମତଦାତା ଓ ବୁଥ କର୍ମକର୍ତ୍ତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ନହେଲେ ନିର୍ବାଚନ ହୋଇପାରିବ ନାହିଁ । ସେ ଆଉମଧ୍ୟ ଗ୍ୟାରେଣ୍ଟିର କହିବାର ଅର୍ଥ ହେଉଛି ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଦୁର୍ଭାଗ୍ୟବଶତଃ ଶବ୍ଦ ପ୍ରତି ଯେଉଁ ପ୍ରତିବଦ୍ଧତା ରହିବା କଥା ତାହା ଆଉ ନାହିଁ ।

ଏଭଳି ଲାଗୁଛି ଯେଉଁଠି ନାହିଁ ସେଠି ଯାହା ତାହା ଲୋକେ କହି ଦେଉଛନ୍ତି । ନିଜ ଭାଷଣରେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ମୋଦି । କିଛି ଦିନ ହେଲା ସୋସିଆଲ ମିଡିଆରେ ଜଣେ ନେତାଙ୍କ ପୁରୁଣା ଭିଡିଓ ଘୁରି ବୁଲୁଛି । ତାଙ୍କର ଗୋଟିଏ ବିଚାର ଆଉ ଗୋଟିଏ ବିଚାରଠାରୁ ଭିନ୍ନ । ରାହୁଲ ଗାନ୍ଧୀଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରି କହିଛନ୍ତି ଯେ, ଜଣେ ନେତା ତାଙ୍କ ଭାଷଣରେ କହିଛନ୍ତି ଯେ, ଗୋଟିଏ ଝଟକାରେ ଦେଶରୁ ଗରିବ ହଟାଇଦେବି । ଯେଉଁମାନଙ୍କୁ ଏତେ ଦଶକ ଧରି ଦେଶରେ ଶାସନ କରିବାକୁ ମିଳିଥିଲା ସେତେବେଳେ ଜନତା ଏଭଳି ଭାଷଣ ଶୁଣିଲେ କଣ କହିବେ ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking