29.1 C
Bhubaneswar
Wednesday, May 1, 2024
Homeଓଡିଶାଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ଆଇଏମଡିର ଆକଳନ

ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ଆଇଏମଡିର ଆକଳନ

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବର୍ଷା ଋତୁରେ ଆଶ୍ୱସ୍ତି ମିଳିବାକୁ ଯାଉଛି । ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ଋତୁ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଖାପାଖି ୧୦୬ ପ୍ରତିଶତ ଅର୍ଥାତ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ୨୦୨୪ ମୌସୁମୀ ବର୍ଷା ନେଇ ସୂଚନା ପ୍ରଦାନ କରିଛନ୍ତି । ଚଳିତ ମୌସୁମୀରେ ଭଲ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ୧୯୭୧ରୁ ୨୦୨୦ ପର୍ଯ୍ୟନ୍ତ ମୌସୁମୀର ବର୍ଷାର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଛି । ବର୍ଷା ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି । ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇପାରେ । ଦକ୍ଷିଣ ପୂର୍ବ ଭାରତରେ ଅଧିକ ବର୍ଷା ହେବ । ଚଳିତ ମୌସୁମୀରେ ଲୁ’ରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଭାରତରେ ମୌସୁମୀ ଋତୁରେ ୪ ମାସ ପର୍ଯ୍ୟନ୍ତ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଭୂ-ମଧ୍ୟ ରେଖୀୟ ପ୍ରଶାନ୍ତ ସାଗର କ୍ଷେତ୍ରରେ ଏଲ-ନିନୋ ଧିରେ ଧିରେ ଦୁର୍ବଳ ହେଉଛି ମୌସୁମୀ ଋତୁ ଆରମ୍ଭରେ ଏହା ପ୍ରଭାବ ସ୍ଥିର ରହିବ । ଅଗଷ୍ଟ ସେପ୍ଟେମ୍ବରରେ ଲା-ନିନା ପ୍ରଭାବ ବିକାଶ ହେବ । ଆଇଏମଡି ପକ୍ଷରୁ ଆଉ ମଧ୍ୟ ଆକଳନ କରାଯାଇଛି ଯେ, ଚଳିତ ବର୍ଷ ଅଧିକାଂଶ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ, ରାଜସ୍ଥାନ, ମଧ୍ୟ ପ୍ରଦେଶରେ ବର୍ଷା, ଝଡତୋଫାନ ହୋଇପାରେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking