34.1 C
Bhubaneswar
Thursday, April 25, 2024
Homeଅପରାଧମୋବାଇଲରେ କଥା ହେବାକୁ ମନା କରିବାରୁ ନଣନ୍ଦକୁ ମାରିଦେଲା ଭାଉଜ...

ମୋବାଇଲରେ କଥା ହେବାକୁ ମନା କରିବାରୁ ନଣନ୍ଦକୁ ମାରିଦେଲା ଭାଉଜ…

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ମୋବାଇଲ ପ୍ରତି ଏତେ ଆଶକ୍ତ ହୋଇ ଗଲାଣି ଯେ, ଖାଇବା ପିଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସେ ତାର ମୋବାଇଲକୁ ପାଖରେ ଧରି ରଖିଥାଏ । କେବଳ ସେତିକି ନୁହେଁ ଫୋନ ପାଇଁ ଜଣେ ଭାଉଜ ତାର ନଣନ୍ଦକୁ ମାରିବାକୁ ମଧ୍ୟ ପଛେଇ ନାହିଁ। ଏହି ଭଳି ଏକ ଆଶ୍ଚଯ୍ୟ ଜନକ ଘଟଣା ରାଜସ୍ଥାନର ଯୋଦ୍ଧପୁରରୁ ସାମ୍ମନାକୁ ଆସିଛି । ଏଠାରେ ଜଣେ ଭାଉଜ ତାର ନଣନ୍ଦକୁ ହତ୍ୟା କରି ତାର ଶବକୁ ଶୋଇବା ସେଜରେ ଗୁଡ଼ାଇ ଗୋଟିଏ ବାକ୍ସରେ ଭର୍ତ୍ତି କରିଥିବାର ଜଣା ପଡ଼ିଛି । ହତ୍ୟାର ୩ ଦିନ ପରେ ଘଟଣାଟି ସର୍ବ ସମ୍ମୁଖକୁ ଅସିଥିଲା। ତେବେ ହତ୍ୟାର କାରଣ ସମସ୍ତଙ୍କୁ ଚକିତ କରିଛିି । ନଣନ୍ଦ ଭାଉଜକୁ ମୋବାଇଲ ଫୋନରେ କଥା ହେବାକୁ ବାରଣ କରିବାରୁୁ ସେ ତାର ହତ୍ୟା କରିଥିବାର କହିଛନ୍ତି । ଘଟଣାଟି ଯୋଦ୍ଧପୁର ଝାମ୍ବର ଥାନା ଅଞ୍ଚଳରେ ଘଟିଛି ।

ମାମାଲାର ଅନୁସନ୍ଧାନ ଦାୟିତ୍ୱରେ ଥିବା ଅଧିକାରୀ କିଶନ ଲାଲ ବିଷ୍ଣୋଇଙ୍କ ସୂଚନା ଅନୁଯାୟୀ ବନ୍ଦେଲିୟା ଗ୍ରାମ ଭିଲୋ ଢାଣିରେ ମୃତ ମହିଳା ରେଖା ତାଙ୍କ ପିଲାମାନଙ୍କ ସହତ ରହୁଥିବା ବେଳେ ଗୋଟିଏ ସପ୍ତାହ ହେଲା ପାଲି ଜିଲ୍ଲାର ରୋହଟରେ ରହୁଥିବା ତାଙ୍କ ଭାଉଜ ପୁଜା ତାଙ୍କ ଘରକୁ ଆସିଥିଲେ । ତେବେ ଯେବେଠାରୁ ପୁଜା ତାଙ୍କ ଘରକୁ ଆସିଥିଲେ ସେବେଠାରୁ ସେ ଦିନ ରାତି ଫୋନରେ କଥାବର୍ତ୍ତା କରୁଥିବାର ରେଖା ଦେଖିଥିଲେ, ଏହା ଦେଖି ସେ କହିଥିଲେ ଯେ ସେ ତାଙ୍କ ଭାଇକୁ ସମସ୍ତ ମଥା କହି ଦେବେ, ସେ କାହସହ ଦିନସାରା ଏତେ କଥା ହେଉଛିନ୍ତି । ନଣନ୍ଦଙ୍କ ଠାରୁ ଏହିଭଳି କଥା ଶୁଣି ପୁଜା ଡରିଯିବା ସହ ଭାବିଥିଲା ଯେ ଯଦି ରେଖା ତାଙ୍କ ସ୍ୱାମୀକୁ ସେହି ବିଷୟରେ ଜଣାଇ ଦିଅନ୍ତି ତେବେ ସମସ୍ୟା ସୃଷ୍ଟି ହେବ । ଏହା ଭାବି ମଙ୍ଗଳବାର ରାତିରେ ରେଖା ଶୋଇଥିବା ଅବସ୍ଥାରେ ପୁଜା ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଯେପରି କେହି ରେଖାର ହତ୍ୟା ଘଟଣା ଜାଣି ନପାରନ୍ତି ସେଥି ପାଇଁ ସେ ତାଙ୍କ ଶବକୁ ସେଜରେ ଗୁଡ଼ାଇ ଏକ ବଡ଼ ବାକ୍ସରେ ଭର୍ତ୍ତି କରି ଦେଇଥିଲେ ।

ଯେତେବେଳେ ରୋଖାଙ୍କ ପୁଅଝିଅ ତାଙ୍କ ମା’ ବିଷୟରେ ପଚାରିଥିଲେ ସେ କହିଥିଲେ ଯେ ତୁମ ମା’ ଯୋଦ୍ଧପୁର ଯାଇଛନ୍ତି । ଏହାପରେ ଦୁଇ ପିଲା ତାଙ୍କ ପାଖରେ ରହୁଥିବା ମାମୁଁ ଘରକୁ ଚାଲି ଯାଇଥିଲେ । କିନ୍ତ ପରଦିନ ଯେତେବେଳେ ତାଙ୍କ ଝିଅ ଘରକୁ ଅସିଥିଲେ ସେତେବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁ ଥିଲା । ସେ ଏହି ଘଟଣା ତାର ମାମୁଁ ଓ ଅନ୍ୟ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ଘଣାସ୍ଥଳରେ ପୋଲିସ ପହଞ୍ଚି ତଲାସ କରିବା ସହ ବକ୍ସରୁ ଗଳିତ ଶବ ଉଦ୍ଧାର କରିଥିଲା । ତେବେ ରେଖାର ଝିଅ ତାର ମାଇଁ ଅର୍ଥାତ ରେଖାର ଭାଉଜ ଉପରେ ଆରୋପ ଲଗାଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଜାକୁ ପୋଲିସ ଗିରଫ କରି ଯେତେବେଳେ ପଚରାଉଚରା କରିଥିଲା ସେ ରୋଖାକୁ ହତ୍ୟା କରିଥିବାର ମାନିବା ସହ ମୋବାଇଲରେ କଥା ହେବା କାରଣରୁ ହତ୍ୟା କରିଥିବାର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking