33.1 C
Bhubaneswar
Wednesday, April 24, 2024
Homeମହାବୀର ଜୟନ୍ତୀକିଏ ଭଗବାନ ମହାବୀର

କିଏ ଭଗବାନ ମହାବୀର

ନୂଆଦିଲ୍ଲୀ: ଭଗବାନ ମହାବୀର ଜୈନ ଧର୍ମର ୨୪ ତମ ତୀର୍ଥଙ୍କର ଥିଲେ । ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ କୁ ବଡ ଧୂମଧାମରେ ମହାବୀର ଜୟନ୍ତୀ ଭାବରେ ପାଳନ କରାଯାଏ । ମହାବୀର ଜୟନ୍ତୀ ଚଳିତ ବର୍ଷ ୨୫ ଏପ୍ରିଲ ରବିବାର ପଡୁଛି । ଜୈନ ଧର୍ମର ପ୍ରାଚୀନ ମାନ୍ୟତା ଅନୁସାରେ, ଭଗବାନ ମହାବୀର କଠୋର ତପସ୍ୟା କରିଥିଲେ । ଯାହା ଦ୍ୱାରା ତାଙ୍କୁ ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ ହୋଇଥିଲା । ଦୀକ୍ଷା ନେବା ପରେ ଭଗବାନ ମହାବୀର ଦିଗମ୍ବର ସ୍ୱୀକାର କରିଥିଲେ । ଦିଗମ୍ବର ଲୋକେ ଆକାଶକୁ ହିଁ ନିଜର ବସ୍ତ୍ର ବୋଲି ଭାବନ୍ତି ଏବଂ ସେଥିପାଇଁ ବସ୍ତ୍ରଧାରଣ କରନ୍ତି ନାହିଁ । ମହାବୀରଙ୍କ ଜନ୍ମ ୫୯୯ ବର୍ଷ ପୂର୍ବରୁ ବିହାରର କୁଣ୍ଡଗ୍ରାମରେ ହୋଇଥିଲା । ସମାଜର କଲ୍ୟାଣ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ । ଜନମାନସ ସୁଧାର ପାଇଁ ସେ ଅନେକ ପ୍ରବଚନ ଦେଇଥିଲେ ଏବଂ ପ୍ରେରଣାଯୁକ୍ତ ବାର୍ତ୍ତା ଦେଇଥିଲେ । ମହାବୀର ଜୟନ୍ତୀ ଅବସରରେ ଲୋକେ ଶୋଭାଯାତ୍ରାରେ ବାହାରନ୍ତି ।
ଜୈନ ଗ୍ରନ୍ଥ ଅନୁସାରେ, ଭଗବାନ ମହାବୀର ଦୁନିଆକୁ ସତ୍ୟ, ଅହିଂସାର ପାଠ ପଢାଇଥିଲେ । ତୀର୍ଥଙ୍କର ମହାବୀର ସ୍ୱାମୀ ଅହିଂସାକୁ ସବୁଠୁ ଉଚ୍ଚତମ ନୈତିକ ଗୁଣ ବୋଲି ଦର୍ଶାଇଥିଲେ । ସେ ଦୁନିଆକୁ ଜୈନ ଧର୍ମର ପଂଚଶୀଳ ସିଦ୍ଧାନ୍ତ ବତାଇଥିଲେ । ତାହା ହେଲା ଅହିଂସା, ସତ୍ୟ, ଅପରିଗ୍ରହ, ଅସ୍ତେୟ ଓ ବ୍ରହ୍ମଚର୍ଯ୍ୟ । ମହାବୀରଙ୍କ ସର୍ବୋଦୟୀ ତୀର୍ଥରେ କ୍ଷେତ୍ର, କାଳ, ସମୟ କିମ୍ବା ଜାତିର କୌଣସି ସୀମା ନଥିଲା । ଭଗବାନ ମହାବୀରଙ୍କ ଆତ୍ମ ଧର୍ମ ଜଗତର ପ୍ରତ୍ୟେକ ଆତ୍ମା ପାଇଁ ସମାନ ଥିଲା । ଦୁନିଆର ସବୁ ଆତ୍ମା ଗୋଟିଏ । ସେଥିପାଇଁ ଆମେ ଅନ୍ୟମାନଙ୍କ ପ୍ରତି ସେମିତି ଭାବନା ରଖିବା ଦରକାର ଯାହା ଆମ ନିଜକୁ ପସନ୍ଦ । ଏହା ହେଉଛି ମହାବୀରଙ୍କ ବଂଚ ଓ ବଂଚିବାକୁ ଦିଅ ସିଦ୍ଧାନ୍ତ । ତାଙ୍କର ବିଚାର ଥିଲା କିଛି ଏମିତି । ସେ କୁହନ୍ତି ପୃଥିବୀରେ ପ୍ରତି ପ୍ରାଣୀ ହେଉଛି ସ୍ୱତନ୍ତ୍ର । କିଏ କାହା ଉପରେ ଆଶ୍ରିତ ନୁହେଁ । ନିଜ ସହ ଲଢିବା ଦରକାର । ଯିଏ ନିଜ ଉପରେ ବିଜୟ ଲାଭ କରିପାରେ ସେ ଆନନ୍ଦପ୍ରାପ୍ତ କରେ । ନିଜ ଆତ୍ମାଠୁ ଶତ୍ରୁ ଆଉ କେହି ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking