40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବଧୂ ହତ୍ୟା ଅଭିଯୋଗ କଲେ ବାପ ଘର ଲୋକେ, ଶ୍ମଶାନରୁ ଉଦ୍ଧାର ହେବ ହାଡ଼, ପାଉଁଶ

ବଧୂ ହତ୍ୟା ଅଭିଯୋଗ କଲେ ବାପ ଘର ଲୋକେ, ଶ୍ମଶାନରୁ ଉଦ୍ଧାର ହେବ ହାଡ଼, ପାଉଁଶ

ବ୍ରହ୍ମପୁର : ମୋ ଝିଅ କେଉଁ ଛାତରୁ ପଡ଼ିନି, ତାକୁ ମାରିଦିଆଯାଇଛି । ତାର ମୁଣ୍ଡରେ ମାଡ଼ ଚିହ୍ନ ରହିଥିବା ସହ ଗାଲରେ ଶକ୍ତ ଚାପୁଡ଼ା ଚିହ୍ନ ମଧ୍ୟ ରହିଛି । ତେଣୁ ମୋ ଝିଅକୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ଉଚିତ୍ ତଦନ୍ତ କରି ମୋ ଝିଅର ହତ୍ୟାକାରୀ ଜ୍ୱାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଝିଅକୁ ହରାଇଥିବା ବାପା ସାପୁଆ ଶାସମଲ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ପୁଲିସ ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ମୃତା ଗାୟତ୍ରୀ ପ୍ରଧାନଙ୍କ ବାପା ସାପୁଆ ଶାସମଲ୍ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଗାୟତ୍ରୀଙ୍କୁ ୧୨ ବର୍ଷ ପୂର୍ବେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ସହ ବିବାହ କରାଯାଇଥିଲା । ବିବାହ ପରଠାରୁ ଗାୟତ୍ରୀଙ୍କୁ ତାଙ୍କ ଶଶୁର ଘର ଲୋକେ ଲଗାତାର ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ବହୁ କଷ୍ଟ ସହି ଗାୟତ୍ରୀ ଶଶୁର ଘରେ ରହୁଥିଲେ । ଗତ ଏକ ବର୍ଷ ହେଲା ଗାୟତ୍ରୀଙ୍କ ସ୍ୱାମୀ ଜଗନ୍ନାଥ ପ୍ରଧାନ ଏବଂ ତାଙ୍କ ପରିବାର ଲୋକେ ଗାୟତ୍ରୀଙ୍କୁ ତାଙ୍କ ବାପ ଘର ସହ ସମ୍ପର୍କ କାଟିବାକୁ ଚାପ ପକାଉଥିଲେ । ତେଣୁ ଏକ ବର୍ଷ ହେଲା ଗାୟତ୍ରୀ ସହ ତାଙ୍କ ବାପ ଘର ଲୋକଙ୍କ ସମ୍ପର୍କ ନଥିଲା । ହଠାତ୍ ଚଳିତ ମାସ ୨୧ ତାରିଖରେ ଗାୟତ୍ରୀ ଘରର ସିଡ଼ି ଉପରୁ ପଡି ବ୍ରହ୍ମପୁର ବଡମେଡିକାଲରେ ଅତି ଗୁରୁତର ଅବସ୍ଥାରେ ଥିବା ନେଇ ଗାୟତ୍ରୀଙ୍କ ବଡ଼ ଭଉଣୀଙ୍କୁ ଫୋନ୍ କଲ୍ ଆସିଥିଲା । ଗାୟତ୍ରୀଙ୍କ ଭଉଣୀ ବଡମେଡିକାଲରେ ଦିନ ଗୋଟାଏ ବେଳେ ପହଞ୍ôଚଥିଲେ । ସେତେବେଳକୁ ତାଙ୍କୁ ଅଧିକା ଚିକିତ୍ସା ପାଇଁ ଡାକ୍ତର କଟକ ନେବାକୁ କହୁଛନ୍ତି ବୋଲି ଶଶୁର ଘର ଲୋକେ କହିଥିଲେ । ଏଥି ନିମନ୍ତେ ଟଙ୍କା ମଧ୍ୟ ମାଗି ନେଇ ୧୦୮ ଆମ୍ବୁଲାନ୍ସରେ କଟକ ନେଇଥିଲେ । ଗାୟତ୍ରୀଙ୍କ ଭଉଣୀ କଟକ ନ ଯାଇ ପୁଣି ପୁରୁଷୋତ୍ତମପୁର ନିଜ ଘରକୁ ଚାଲି ଆସିଥିଲେ । ସନ୍ଧ୍ୟା ୬ଟା ସମୟରେ ପୁଣି ଗାୟତ୍ରୀଙ୍କ ଭଉଣୀଙ୍କ ଘରକୁ ଫୋନ୍ ଯାଇଥିଲା । ଶଶୁର ଘର ଲୋକେ କହିଥିଲେ ଯେ, କଟକ ଯିବା ବେଳେ ଛତ୍ରପୁର ଠାରେ ମୃତ୍ୟୁ ହୋଇଛି । ତାଙ୍କୁ ଗ୍ରାମକୁ ନେଇ ଶବ ସତ୍କାର କରିଦେଉଛୁ ବୋଲି କହିଥିଲେ । ଏହାକୁ ନେଇ ଗାୟତ୍ରୀଙ୍କ ଭଉଣୀ ଶବକୁ ନ ପୋଡ଼ି ରଖିବା ପାଇଁ ବାଧ୍ୟ କରିବା ସହ ବାପା ଏବଂ ଭାଇଙ୍କୁ ମଧ୍ୟ ଏନେଇ ସୂଚନା ଦେଇଥିଲେ । କିନ୍ତୁ ଗାୟତ୍ରୀଙ୍କ ପରିବାର ଲୋକ ଗାୟତ୍ରୀଙ୍କ ଶବ ଦେଖିବା ପୂର୍ବରୁ ତାଙ୍କ ଶବକୁ ପୋଡ଼ି ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବ୍ରହ୍ମପୁର ବଡମେଡିକାଲରେ ଗୁରୁତର ଭାବେ ଚିକିତ୍ସା ହେଉଥିବା ବେଳେ ଗାୟତ୍ରୀଙ୍କ ପରିବାର ଲୋକେ ଭିଡିଓ ମଧ୍ୟ କରିଥିଲେ । ଗାୟତ୍ରୀଙ୍କ ମୃତ୍ୟୁ ରାସ୍ତାରେ ହୋଇଥିବା ବେଳେ ତାଙ୍କୁ ବ୍ୟବଚ୍ଛେଦ ନ କରି କିପରି ହଠାତ୍ ପରିବାର ଲୋକଙ୍କୁ ଫୋନ୍ ଯୋଗେ କେବଳ ନାମକୁ ମାତ୍ର ଜଣାଇ ପୋଡ଼ିଦେଲେ ସେହି ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଗାୟତ୍ରୀଙ୍କୁ ତାଙ୍କ ସ୍ୱାମୀ ଜଗନ୍ନାଥ ପ୍ରଧାନ, ଶାଶୂ ଶଶୀ ପ୍ରଧାନ, ନଣନ୍ଦ ମଙ୍ଗୁଳି ପ୍ରଧାନ ଏବଂ ତାଙ୍କ ସ୍ୱାମୀ ଭୋଗିଆ ପ୍ରଧାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିବା ନେଇ ଗାୟତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking