28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବର୍ଷ ବର୍ଷ ଧରି ତାରରେ ବନ୍ଧା ପଡ଼ିଛି ଜୀବନ

ବର୍ଷ ବର୍ଷ ଧରି ତାରରେ ବନ୍ଧା ପଡ଼ିଛି ଜୀବନ

ଫୁଲବାଣୀ : ଲୋକ ସଂଖ୍ୟା କମ୍ ଥିବାଯୋଗୁଁ ନିର୍ମାଣ ହୋଇପାରୁନାହିଁ ପୋଲ । ଫଳରେ ବର୍ଷ ବର୍ଷ ଧରି ତାରରେ ପଡ଼ିଛି ଜୀବନ ବନ୍ଧା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ଼ର ବ୍ରିନ୍ଦାପଡ଼ା ଗ୍ରାମରେ ପ୍ରାୟ ୨୦ ଆଦିବାସୀ ପରିବାର ବସବାସ କରିଥାନ୍ତି । ଏହି ଗ୍ରାମବାସୀଙ୍କୁ ବିଚ୍ଛିନ୍ନ କରି ରଖିଛି ବ୍ରିନ୍ଦାପଡ଼ା ନଦୀ । ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରାମବାସୀମାନେ ନଦୀର ଦୁଇକୂଳରେ ଥିବା ଗଛରେ ତାର ବାନ୍ଧି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି । ଏହି ତାର ମାଧ୍ୟମରେ ପଞ୍ଚାୟତକୁ ଯାଇ ଚାଉଳ, କିରୋସିନି ଓ ଅତ୍ୟାବଶ୍ୟକୀୟ ଜିନିଷପତ୍ର ମଧ୍ୟ ଆଣିଥା’ନ୍ତି । ଏହାସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ନଦୀ ଆରପାରି ଲକବାଡ଼ି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ଉକ୍ତ ତାର ମାଧ୍ୟମରେ ନଦୀପାର ହୋଇଥାନ୍ତି । ଏହି ନଦୀପାର କରି ଗ୍ରାମବାସୀ କ.ନୂଆଗାଁ ଓ ରାଇକିଆ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଯାତାୟତ କରିବା ସହିତ ଜରୁରୀ ସମୟରେ ଫୁଲବାଣୀ, ଜି.ଉଦୟଗିରି, ଟିକାବାଲି, ଦାରିଙ୍ଗବାଡ଼ି ଆଦି ଅଞ୍ଚଳକୁ ଯାତାୟତ କରିଥା’ନ୍ତି । ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଓ ସରପଞ୍ଚ ଯୁବତୀ ପ୍ରଧାନ ଏକାଧିକ ଥର ଲିଖିତ ଭାବେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରିନାହିଁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking