31.1 C
Bhubaneswar
Friday, March 29, 2024
Homeଅପରାଧବିବାହ କରିବାକୁ ମନା କରିବା ପଡିଲା ମହଙ୍ଗା.....

ବିବାହ କରିବାକୁ ମନା କରିବା ପଡିଲା ମହଙ୍ଗା…..

କଟକ : ଦିନକୁ ଦିନ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି, ଆଉ କେବେ ଗୋଷ୍ଠୀ ସଂଘର୍ଷ ତ ଆଉ କେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ମଧ୍ୟ ହୋଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ । ଜଣେ ଓଡିଆ ଯୁବତୀଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଥିବା ଜଣାପଡିଛି । ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିବା ପ୍ରେମିକ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି । ସ୍କୁଲରେ ପଢିବା ସମୟରୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିବା ଓଡ଼ିଶାର ଏହି ପ୍ରେମିକ ଜଣକ ଚେନ୍ନାଇ ଯାଇ ସେଠାରେ ଓଢଣୀରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଛି ।
ସୂଚନା ଅନୁସାରେ, ନିଶ୍ଚିନ୍ତକୋଇଲି ବ୍ଲକର ବଡଖିରୀ ଗ୍ରାମର ଯୁବତୀ ଜଣକ ବୋଲି ଜଣାପଡିଛି । ଯୁବତୀଙ୍କ ନାମ କରିନା ପ୍ରିୟଦର୍ଶିନୀ । ସେ ଚେନ୍ନାଇର ରୟାଲ ଏନଫିଲ୍ଡ କମ୍ପାନିରେ ଅଟୋ ମୋବାଇଲ୍ ଇଂଜନିୟର ଭାବେ କାର‌୍ୟ୍ୟ କରନ୍ତି ।  ସେଠାରେ ସବୁ ଠିକଠାକ୍ ଚାଲିଥିଲା । ସେଠାରେ ସେ ଭଡ଼ାରେ ଅନ୍ୟଜଣେ ଯୁବତୀଙ୍କ ସହ ରହୁଥିଲେ । ସେ ସ୍କୁଲ ପଢିବା ସମୟରୁ ଗୋପପୁର ଗାଁର ମାନସ ସାହୁ ନାମକ ଜଣେ ଯୁବକ ତାଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ହଇରାଣ ମଧ୍ୟ କରୁଥିଲେ । ହଠାତ୍ ୪/୫ମାସ ତଳେ ମାନସ ଚେନ୍ନାଇରେ ପହଞ୍ଚି କ୍ୟାଟରିଙ୍ଗ ବୟ ଭାବେ କାମ କରିବା ସହିତ ପୁଣି କରିନାଙ୍କ ମୋବାଇଲକୁ ବାରମ୍ବାର ଫୋନ କରି ବିବାହ କରିବାକୁ ବାଧ୍ୟ କରୁଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଝିଅର ବାପା ମଧ୍ୟ ମାନସକୁ ଏସବୁ କାମରୁ ନିବୃତ୍ତ ରହିବା ପାଇଁ ବୁଝାସୁଝା କରିଥିଲେ । କିନ୍ତୁ ମାନସ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲା । କରିନା ବିବାହ କରିବାକୁ ମନା କରିବାରୁ ଗାଁରେ ତା’ ବାପା, ଭାଇଙ୍କୁ ମାରି ଦେବା ପାଇଁ ଧମକ ଦେଉଥିଲା । ରାତିରେ ବାରମ୍ବାର ଫୋନ କରି ମାନସ ଯୁବତୀଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲା । ଜାନୁଆରି ୧ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ପ୍ରଧାନଶିକ୍ଷକ ମଧ୍ୟ ଯୁବତୀଙ୍କୁ ଫୋନ କରି ମାନସକୁ ବିବାହ କରିବାକୁ କହିଥିଲେ । ତେବେ କରିନା ଏହାକୁ ପ୍ରତ୍ୟାଖ୍ୟାନ କରି ଫୋନ ରଖିଦେବା ଫଳରେ ପୁଣି ମାନସ ଫୋନ କରି ଗାଳିଗୁଲଜ କରିବା ସହ ତୋର କ’ଣ ଅବସ୍ଥା କରୁଛି ଦେଖ ବୋଲି କହି ଧମକ ଦେଇଥିଲା ।
 
ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା ତଥା ଆଖପାଖ ଅଂଚଳର କିଛି ଯୁବକ ସୁରକ୍ଷାକର୍ମୀ ଭାବେ ଚେନ୍ନାଇରେ କାମ କରନ୍ତି । ସେମାନେ ରହୁଥିବା ସ୍ଥାନରେ ପହଞ୍ଚି ମାନସ ଅସୁବିଧା ଅଛି ଘର ମିଳୁନି କହି ତାଙ୍କ ପାଖରେ କିଛି ଦିନ ରହିଥିଲା । ସେଠାରେ ରହି ଜଣେ ସୁରକ୍ଷାକର୍ମୀଙ୍କ ସାଇକେଲ ଧରି ମାନସ ୨୧ ତାରିଖ ଦିନ କରିନା ରହୁଥିବା ଭଡ଼ାଘରେ ପହଞ୍ଚି ଥିଲା । ସେଠାରେ ଯୁବତୀଙ୍କ ସହ ହୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିବା ଜଣାପଡିଛି । କରିନାଙ୍କୁ ହତ୍ୟା କରି ମୃତଦେହକୁ ବାଥରୁମ୍ ପାଖରେ କପଡା ଘୋଡାଇ ପକାଇ ଦେଇ ଖସି ପଳାଇଥିଲା । ତେବେ କରିନାଙ୍କ ସହ ରହୁଥିବା ଅନ୍ୟ ଯୁବତୀ ଅପରାହ୍ନରେ ଘରକୁ ଆସି କରିନା ଏଭଳି ଅବସ୍ଥାରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । କରିନାଙ୍କ ବେକରେ ନଖ ଦାଗ ଥିବା ସହ ଓଢଣୀରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି । ଅନ୍ୟପଟେ ସିସିଟିଭି ଫୁଟେଜରେ ମଧ୍ୟ ମାନସର ଫଟୋ ରହିଥିବା ଚେନ୍ନାଇ ପୁଲିସ କରିନାଙ୍କ ପରିବାରକୁ ସୂଚନା ଦେଇଛି । ଏହି ଘଟଣା ପରେ କରିନାଙ୍କ ପରିବାରବର୍ଗ ଚେନ୍ନାଇରେ ପହଞ୍ଚି ମୃତଦେହକୁ ଆଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking