27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଫେସର ଦତ୍ତେଶ୍ୱର ହୋତାଙ୍କୁ ୟୁରୋଲୋଜି ସୋସାଇଟି ପ୍ରେସିଡେଣ୍ଟସ ଗୋଲ୍ଡ ମେଡାଲ

ପ୍ରଫେସର ଦତ୍ତେଶ୍ୱର ହୋତାଙ୍କୁ ୟୁରୋଲୋଜି ସୋସାଇଟି ପ୍ରେସିଡେଣ୍ଟସ ଗୋଲ୍ଡ ମେଡାଲ

କଟକ (ଓଡ଼ିଶା ନ୍ୟୁଜ ଏଜେନ୍ସି): ପ୍ରଫେସର ଦତ୍ତେଶ୍ୱର ହୋତାଙ୍କୁ ୟୁରୋଲୋଜି ସୋସାଇଟି ପ୍ରେସିଡେଣ୍ଟସ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି । ୟୁରୋଲୋଜି ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି ।  କେରଳର ରାଜଧାନୀ କୋଚିରେ ଆୟୋଜିତ ସୋସାଇଟିର ବାର୍ଷିକୋତ୍ସବରେ ଡାକ୍ତର ହୋତାଙ୍କୁ ଏହି ସ୍ୱର୍ଣ୍ଣ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ କୋଚିରେ ଆୟୋଜିତ ୟୁରୋଲୋଜି ସୋସାଇଟି ଅଫ ଇଣ୍ଡିଆର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କୁରିଆନ ଯୋଶେଫ ଯୋଗଦେଇ ଡାକ୍ତର ହୋତାଙ୍କୁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ମୂତ୍ରଶଲ୍ୟ ବିଶେଷଜ୍ଞ ପ୍ରଫେସର ରାୟ ଚେଲି, ଆସୋସିଏସନର ସର୍ବଭାରତୀୟ ସଭାପତି ଡାକ୍ତର ମଧୁସୂଦନ ଅଗ୍ରୱାଲ, ସାଧାରଣ ସମ୍ପାଦକ ଡାକ୍ତର ଭି.କେ.ବିନୋଦ ଏବଂ ଆୟୋଜକ କମିଟିର ସଭାପତି ଡାକ୍ତର ଜି. ଆବ୍ରାହମ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖ ଥାଉକି, ୨୦୧୯ ଜାନୁଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ମୂତ୍ରଶଲ୍ୟ ସୋସାଇଟିର ୫୨ତମ ସର୍ବଭାରତୀୟ ସମ୍ମିଳନୀକୁ ସୂଚାରୁ ରୂପେ ଆୟୋଜନ କରି ଜାତୀୟସ୍ତରରେ ସୁନାମ ଆଣିଥିବାରୁ ୟୁରୋଲୋଜି ସୋସାଇଟିର ପ୍ରେସିଡେଣ୍ଟ ଏହି ସମ୍ମାନଜନକ ସ୍ୱର୍ଣ୍ଣ ପଦକ ପ୍ରଫେସର ହୋତାଙ୍କୁ ପ୍ରଦାନ କରିବେ ବୋଲି ସମ୍ମିଳନୀରେ ଘୋଷଣା କରାଯାଇଥିଲା । ମୂତ୍ରଶଲ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡାକ୍ତର ହୋତାଙ୍କୁ ବିସି ରାୟ ସମ୍ମାନ ଏବଂ ୟୁରୋଲୋଜି ଗୋଲଡ ମେଡାଲ ସମେତ ଏକାଧିକ ସମ୍ମାନ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking