32.1 C
Bhubaneswar
Sunday, April 28, 2024
Homeଅପରାଧବିନୋଦ କୈବର୍ତ ହତ୍ୟାକାଣ୍ଡ ଏବେି ରହସ୍ୟାବୃତ!

ବିନୋଦ କୈବର୍ତ ହତ୍ୟାକାଣ୍ଡ ଏବେି ରହସ୍ୟାବୃତ!

ରାଉରକେଲା: ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ଲାଲଟାଙ୍କି ନିକଟ ଗିରି ବସ୍ତିରେ ରହୁଥିବା ୨୩ ବର୍ଷିୟ ମୃତ ଯୁବକ ବିନୋଦ କୈବର୍ତ ହତ୍ୟାକାଣ୍ଡ ରହସ୍ୟର ଗୁମର ଏଯାଏ ଫିଟି ପାରିନାହିଁ । କିଛି ଦିନରୁ ଘରୁ ନିଖୋଜ ଥିବା  ମୃତ ବିନୋଦଙ୍କ ମୃତ ଦେହ ଗତବର୍ଷ ଡିସେମ୍ବର ୨୬ ତାରିଖରେ ଉତ୍କଳନଗର ପାଖରେ ଥିବା ଏକ ଡମ୍ପିଂୟାର୍ଡ଼ ଖାଦାନ ନିକଟରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିବା ସହ ଶବ ଜବତ କରିଥିଲା । ଏହି ଘଟଣାକୁ ନେଇ  ସେତେବେଳେ, ବିନୋଦଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ମୃତ ବିନୋଦର ପରିବାର ଲୋକେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି କିଛି ଯୁବକୁ ନେଇ ଥାନାରେ ଅଟକ ରଖି ଜେରା କରିଥିଲେହେଁ, ହତ୍ୟାକାଣ୍ଡର କୌଣସି ସୁରାଗ ଏଯାଏ ପାଇ ପାରି ନାହିଁ! ଏହି ହତ୍ୟାକାଣ୍ଡକୁ ନେଇ ପୂର୍ବରୁ ବିନୋଦଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା  ବିନୋଦର ହତ୍ୟାକାରୀକୁ ଧରିବା ପାଇଁ ପୁଲିସ ଆଗରେ ଗୁହାରି କରିବା ସହ  ବିନୋଦଙ୍କ ଶବର ରଖି ରାସ୍ତା ଅବରୋଧ କରିଥିଲେ । ପୁଲିସ ହତ୍ୟାକାରୀକୁ ଧରିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ପ୍ରକାଶ ଥାଉକି, ମୃତ ଯୁବକ ବିନୋଦ ସ୍ଥାନୀୟ ଅଂଚଳରେ ତୈଳ ବିକ୍ରି କରି ନିଜ ଗୁଜୁରାଣ ମେଂଟାଉଥିଲେ । ତାଙ୍କୁ ହତ୍ୟା କରାଯିବାର କିଛି ଦିନ ପୂର୍ବରୁ ସେ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ଏହାକୁ ନେଇ ସେତେେଳେ ପରିବାର ଲୋକେ ଟାଙ୍ଗରପାଲୀ ଥାନାରେ ନିଖୋଜ ସମ୍ପର୍କୀତ ଏତଲା ଦାୟର କରିଥିଲେ । ଅପରପକ୍ଷରେ   ଦକ୍ଷିଣ ରାଉରକେଲା ଅଂଚଳର ଏହି ହତ୍ୟା ଘଟଣାକୁ ୧୦ ଦିନ ବିତିଯାଇଥିଲେହେଁ, ଏହି ହତ୍ୟାକାଣ୍ଡର ଗୁମର କେବେ ଫିଟିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ, ଏହି ରିପୋର୍ଟ ଲେଖାହେବା ଯାଏ ପୁଲିସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking