38.1 C
Bhubaneswar
Friday, April 26, 2024
Homeଓଡିଶାପାଚେରି ପଡ଼ି ପୌର କର୍ମଚାରୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଧାରଣା

ପାଚେରି ପଡ଼ି ପୌର କର୍ମଚାରୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା :  ପାଚେରି ପଡ଼ି ପୌରପରିଷଦର ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ଏବଂ ସଫେଇ କର୍ମଚାରୀ ମିଳିତଭାବେ କ୍ଷତିପୂରଣ ଦାବିରେ ଶବରଖି ଜଟଣୀଥାନା ସମ୍ମୁଖରେ ଧାରଣାରେ ବଶିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଥାନା ସମ୍ମୁଖରେ ଆନ୍ଦୋଳନକାରୀ ମୁଖ୍ୟରାସ୍ତା ଅବରୋଧ କରି ରଖିଥିଲେ । ଖବରପାଇ ଭୁବନେଶ୍ୱର କମିଶନ୍‌ରେଟ୍ ପୁଲିସର ଜୋନ-୩ର ଏସିପି, ଖଣ୍ଡଗିରିଥାନା ପୁଲିସ, ଇନ୍‌ଫୋଭ୍ୟାଲି ଥାନାଧିକାରୀ, ତମାଣ୍ଡୋ ଥାନାଧିକାରୀ, ଜଟଣୀଥାନା ଆଇଆଇସି, ଯାଁଳାଫାଣ୍ଡି ଇନ୍‌ଚାର୍ଜ ପ୍ରଭୃତି ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । କ୍ଷୟକ୍ଷତି ସହାୟତା ଏବଂ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଜଟଣୀ ପୌରପରିଷଦର ୨ ସଫେଇ କର୍ମଚାରୀ ରବିବାର ଡ୍ରେନ ସଫେଇ କରୁଥିବା ବେଳେ ପାଚେରି ଭୁଶୁଡ଼ି ଘଟଣାସ୍ଥଳରେ ଜଣଙ୍କ  ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଠିକାଦାର ସଫେଇ କର୍ମଚାରୀଙ୍କୁ ଘରୁଡାକି ଆଣି ରବିବାର ଛୁଟିଦିନରେ ଉକ୍ତ ଡ୍ରେନ ଖୋଳା କାର୍ଯ୍ୟରେ ଲଗାଇଥିଲେ । ବିନା ସୁରକ୍ଷା ସାମଗ୍ର୍ରୀରେ ଆବର୍ଜନା ସଫା କରୁଥିବା ବେଳେ ୨ କର୍ମଚାରୀଙ୍କ ଉପରେ ପାଚେରି ମାଡ଼ି ବସିଥିଲା । ଦୁର୍ଘଟଣାରେ ସଫେଇ କର୍ମଚାରୀ ଭରତ ନାଏକ(୫୫)ଙ୍କ ମୃତ୍ୟୁ ଘଟିଥିଲା । ଦିପୁନା ନାଏକ(୧୯) ଗୁରୁତର ହୋଇଥିଲେ ।

କ୍ଷତିପୁରଣ ଦାବିରେ ପରିବାର ଲୋକଙ୍କ ସହ ସଫେଇ କର୍ମଚାରୀ ଓ ଶତାଧିକ ସାଧାରଣ ଲୋକେ କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଥାନା ସମ୍ମୁଖରେ ଆନ୍ଦୋଳନକାରୀ ମୁଖ୍ୟରାସ୍ତା ଅବରୋଧକରି ବସିଥିଲେ । ଆନ୍ଦୋଳନକାରୀମାନଙ୍କ ଦାବିକୁ ଆଧାରକରି  ଜୋନ-୩ ଏସିପି ରଜତ ରାୟ ପୁଲିସଫଣ୍ଡରୁ ୨୦ହଜାର ଟଙ୍କା ସହାୟତା ପ୍ରତିଶ୍ରୁତି ଦେଇଥିଲେ । ଏଥି ସହ ମୃତକ ଜଣଙ୍କ କାର୍ଯ୍ୟରତ ରହିଥିବାରୁ ଜଟଣୀ ପୌରପରିଷଦ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ୧୦ହଜାର ଟଙ୍କାର ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତିତ ମୃତକଙ୍କ ପରିବାରରୁ ଜଣଙ୍କୁ ପୌରପରିଷଦରେ ଚାକିରି ଦେବାଲାଗି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking