33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୁକୁଲଙ୍କ ବିଧାୟକ ପଦ ରଦ୍ଦ ମାମଲା : ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ୨ ସପ୍ତାହ ମହଲତ

ମୁକୁଲଙ୍କ ବିଧାୟକ ପଦ ରଦ୍ଦ ମାମଲା : ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ୨ ସପ୍ତାହ ମହଲତ

ନୂଆଦିଲ୍ଲୀ :  ବିଜେପିରୁ ଟିଏମ୍‌ସିକୁ ଲମ୍ଫପ୍ରଦାନ କରିଥିବା ମୁକୁଲ ରୟଙ୍କ ବିଧାୟକ ପଦ ରଦ୍ଦ ମାମଲାରେ ସୁପ୍ରିମକୋର୍ଟ ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କୁ ୨ ସପ୍ତାହ ମହଲତ ଦେଇଛନ୍ତି । ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଓ ଜଷ୍ଟିସ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରି ୨ ସପ୍ତାହ ମଧ୍ୟରେ ମୁକୁଲଙ୍କ ବିରୋଧରେ ଆଗତ ଅଭିଯୋଗର ଫଇସଲା କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ବିଜେପି ବିଧାୟକଭାବେ ନିର୍ବାଚିତ ହେବାର କିଛିଦିନ ପରେ ମୁକୁଲ ବିଜେପି ଛାଡି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଥିଲେ । ଏହାର ପ୍ରତିବାଦରେ ନନ୍ଦିଗ୍ରାମର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ୨୦୨୧ ଜୁନ୍‌ରେ କୋଲକାତା ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ହାଇକୋର୍ଟ ରାୟ ପ୍ରତିବାଦରେ ବିଧାନସଭା ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking