35.1 C
Bhubaneswar
Saturday, May 4, 2024
Homeଓଡିଶାମିସେସ୍ ଇଣ୍ଡିଆ ବ୍ୟୁଟି ସନ୍ଧ୍ୟା ଦଳେଇ

ମିସେସ୍ ଇଣ୍ଡିଆ ବ୍ୟୁଟି ସନ୍ଧ୍ୟା ଦଳେଇ

ରାୟଗଡା: ରାୟଗଡା ଜିଲ୍ଲାର ଝିଅ ସନ୍ଧ୍ୟା ଦଳେଇ ମିସେସ୍ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟାଣ୍ଟ୍ ରେ ବିଜେତା ହୋଇଛନ୍ତି । ଚଳିତ ନଭେମ୍ବର 1 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ୍ ଇଣ୍ଡିଆ ୱାନ୍ ଇନ୍ ଏ ମିଲିୟନ୍ ପ୍ରତିଯୋଗିତାରେ ସେ ବିଜୟୀ ହୋଇ ରୌପ୍ୟ ମୁକୁଟ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ଦେଶରୁ ମୋଟ 60 ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ସନ୍ଧ୍ୟା ଦଳେଇ ଓଡିଶାରୁ ମାତ୍ର ଜଣେ ପ୍ରତିଯୋଗି ଭାବେ ଭାଗ ନେଇଥିଲେ । ତେବେ ସେ ସମସ୍ତଙ୍କୁ ପଛରେ ପକାଇ ଫ୍ରେସ୍ ଫେସ୍ ଅଫ୍ ଇଣ୍ଡିଆ ଟାଇଟଲ୍ ହାସଲ କରିଛନ୍ତି । ରାୟଗଡା ଭଳି ଉପାନ୍ତ ଇଲାକାର ଝିଅ ଜାତୀୟସ୍ତରରେ କୃତୀତ୍ବ ହାସଲ କରି ଜିଲ୍ଲା ତଥା ଓଡିଶାକୁ ଗୌରାବନ୍ବିତ କରିଛନ୍ତି । ଜାତୀୟ ସ୍ତରରେ ସଫଳତା ପାଇବା ପରେ ଏବେ ସେ ଅନ୍ତର୍ଜାତୀୟସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି । ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି । ତାଙ୍କ ସଫଳତା ପଛରେ ତାଙ୍କ ସ୍ବାମୀ ଏବଂ ସୁବେଛୁଙ୍କ ହାତ ଥିବା କହିଛନ୍ତି । ତେବେ ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଛି,ଏଣୁ ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ଦ୍ବାରା ସବୁ ଅସାଧ୍ୟ ସାଧନ ହୋଇପାରିବ ବୋଲି ବେଜେତା ସନ୍ଧ୍ୟା ଦଳେଇ କହିଛନ୍ତି ।ତାଙ୍କରି ଏହି ସଫଳତା ପରେ ଜିଲ୍ଲାର ତଥା ଜିଲ୍ଲା ବାହାରୁ ତାଙ୍କୁ ସୁବେଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking