ଜିଲାପାଳଙ୍କ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି ଆଇଏନଟିୟୁସି ର କାର୍ଯ୍ୟକର୍ତା

ଯାଜପୁର : ଭାରତର ରାଷ୍ଟ୍ରାୟତ ଉଦ୍ୟୋଗକୁ ବନ୍ଦ କରିବା ସହିତ ବ୍ରିକି କରିବା ଏବଂ ଗରିବ ଖଟିଖିଆ ମାନଙ୍କ ନିତି ବିରୋଧରେ କେନ୍ଦ୍ରସରକାର କାର୍ଯ୍ୟକରୁଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା ବିଜୁଳି ଦର କୁ କମାଇବା ଆଦି ଦାବୀ କରି ଗତକାଲି ଠାରୁ ଯାଜପୁର ଜିଲାପାଳଙ୍କ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି ଆଇ ଏନ ଟି ୟୁ ସି ର କାର୍ଯ୍ୟକର୍ତା । ସାରାଦେଶରେ ଶ୍ରମିକ ଓ ଖଟିକିଆ ମାନଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଙ୍କ ବିରୋଧରେ ଏହି ଧାରଣା ଆସନ୍ତାକାଲି ଉଦଯାପିତ ହେବ । କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ଏହି ଧାରଣା ଚାଲିଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here