ନୂଆଦିଲ୍ଲୀ : ଆଜି ଆୟୁଷ୍ମାନ ଆରୋଗ୍ୟ ଭାରତ ଯୋଜନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ । ଏଥିପାଇଁ ମୋହନ ମାଝୀ , ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଦିଲ୍ଲୀ ବିଜ୍ଞାନ ଭବନରେ ଉଭୟ ସରକାର ମଧ୍ୟରେ ଏମଓୟୁ ସ୍ୱାକ୍ଷର ହେବ । ଏହି ୨ ଦିନିଆ ଗସ୍ତରେ ରାଷ୍ଟ୍ରପତି ଭବନରେ ଥିବା କାଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବେ ।