28.1 C
Bhubaneswar
Thursday, May 2, 2024
Homeଓଡିଶାମୋଟୁ ଥାନା ଆଇଆଇସିଙ୍କୁ ବାଟରୁ ଟେକିନେଲା ଭିଜିଲାନ୍ସ

ମୋଟୁ ଥାନା ଆଇଆଇସିଙ୍କୁ ବାଟରୁ ଟେକିନେଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି । ଆଇଆଇସି ସୁଶାନ୍ତ ସାହୁଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, ମାଲକାନଗିରି ମୋଟୁରୁ ନିଜ ଘର କଟକ ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି । ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିଲେ ଆଇଆଇସି ସୁଶାନ୍ତ କୁମାର ସାହୁ । ତେବେ ଆଇଆଇସି ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତାଙ୍କୁ ଭିଜିଲାନ୍ସ ପ୍ରଶ୍ନ କରିଥିଲା ଏବଂ ଏହି ପ୍ରଶ୍ନର ଉତ୍ତରରେ କୌଣସି ବିଶ୍ୱାସଜନକ ଉତ୍ତର ଦେଇପାରିନଥିଲେ ମୋଟୁ ଥାନା ଅଧିକାରୀ । ତେବେ ଆଇଆଇସିଙ୍କ କଟକରେ ଥିବା ଦୁଇଟି ଘର ସମେତ ମୋଟୁ ଥାନାରେ ଚଢଉ କରିଛି ଭିଜିଲାନ୍ସ । ସୁଶାନ୍ତ ସାହୁଙ୍କୁ ବର୍ତ୍ତମାନ ସମୟରେ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । କଟକ ଶଗଡ଼ିଆ ସାହି ଓ ଫୁଲନଖରାରେ ଚାଲିଛି ଭିଜିଲାନ୍ସ ଚଢ଼ଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking