ପୁରୀ: ପୁରୀ କୁମ୍ଭାରପଡ଼ା ଠାରେ ମାକୁ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପୁଅ ପ୍ଲାଷ୍ଟର କରିଦେବା ଘଟଣା। ଦୀର୍ଘ ୫୭ ଦିନ ପରେ ଅଭିଯୁକ୍ତ ମଦନ ଦଳେଇକୁ ଗିରଫ କରିଛି ପୁରୀ ପୋଲିସ। ଗତ ଅଗଷ୍ଟ ୨୪ ତାରିଖରେ ଘଟିଥିଲା ଏହି ଘଟଣା। ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ ମହିଳା ଗଜପତି କାଶିନଗର ଥାନା ଅନ୍ତର୍ଗତ ଖରଡା ଗ୍ରାମର ଅନ୍ନପୂର୍ଣ୍ଣା ଦଳେଇ।
ପୁରୀ କୁମ୍ଭାରପଡ଼ା ଠାରେ ଉଭୟ ମା ପୁଅ ଭଡାଘର ନେଇ ରହୁଥିଲେ। ମା କୁ ହତ୍ୟା କରିବା ପରେ ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ପୁଅ ଫେରାର ହୋଇଥିଲା। ଅଭିଯୁକ୍ତ ପୁଅ ମଦନକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।ପୋଲିସକୁ ଚକମା ଦେଇ ମଦନ ବିଭିନ୍ନ ସମୟରେ ଖସି ଯାଉଥିଲା। ଅଭିଯୁକ୍ତକୁ ପୋଲିସ କେଉଁଠୁ ଗିରଫ କରିଛି ଏବଂ ମାଆକୁ ହତ୍ୟା କରିବାର କଣ ଥିଲା ମୁଖ୍ୟ କାରଣ ସେନେଇ ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି।










