ରେଢ଼ାଖୋଲ: ଗାଁ ରାସ୍ତାରେ ବଡ଼ କୁମ୍ଭୀର, ଭୟଭୀତ ଲୋକେ । ରେଢ଼ାଖୋଲ ବ୍ଲକ ପଟାଖମଣ ଗାଁ ନିକଟ ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର । କୁମ୍ଭୀରକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତେବେ କେଉଁ ପରିସ୍ଥିତିରେ କୁମ୍ଭୀରଟି ଗାଁ ଆଡକୁ ଚାଲି ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କୁମ୍ଭୀରଟି ଉଦ୍ଧାର ନହେବା ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ରାସ୍ତା ନିକଟକୁ ନଯିବାକୁ ଏବଂ କୁମ୍ଭୀରକୁ ଘେରିବା କିମ୍ବା ତାକୁ ଧରିବାକୁ ଚେଷ୍ଟା ନକରିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଶିଶୁ ଓ ବୃଦ୍ଧମାନଙ୍କୁ ଏହି ଅଞ୍ଚଳକୁ ଯିବା ପାଇଁ ସଚେତନ କରାଯାଇଛି । କୁମ୍ଭୀର ଦେଖିଲେ ଭିଡ଼ ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି ।










