40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକାନାଡା ଭିସା ଅପେକ୍ଷାରେ ୭ ଲକ୍ଷ ଭାରତୀୟ

କାନାଡା ଭିସା ଅପେକ୍ଷାରେ ୭ ଲକ୍ଷ ଭାରତୀୟ

ଟରୋଣ୍ଟୋ: କାନାଡା ସରକାରଙ୍କ ଭିସା ପ୍ରଦାନ ପ୍ରକ୍ରିୟାରେ ଅସମ୍ଭବ ଶିଥିଳତା ଦେଖିବାକୁ ମିଳୁଛି । ଏଥିପାଇଁ କାନାଡା ଯିବାକୁ ଇଚ୍ଛୁକ ଥିବା ବିଭିନ୍ନ ଦେଶର ପ୍ରାୟ ୨୪ ଲକ୍ଷ ଲୋକ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ୭ ଲକ୍ଷ ଭାରତୀୟ ଅନ୍ତର୍ଭୁକ୍ତ । ନୂତନ ଭିସା ହେଉ କିମ୍ବା ପୁରୁଣା ଭିସାର ନବୀକରଣ, ଅପେକ୍ଷାରତ ଲୋକଙ୍କ ଆବେଦନ ପତ୍ର ଏବେମଧ୍ୟ କାନାଡା ବିଦେଶ ମନ୍ତ୍ରଣାଳୟରେ ନାଲିଫିତା ମଧ୍ୟରେ ଅଟକିଛି ।

୨୦୨୦ରେ କୋଭିଡ୍ ପରଠାରୁ କାନାଡା ସରକାର ଭିସା ପ୍ରଦାନ ପ୍ରକ୍ରିୟାକୁ ଆଦୌ ତ୍ୱରାନ୍ୱିତ କରୁନଥିବା ଅଭିଯୋଗ ହେଉଛି । ଏଥିପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଭାରତୀୟ ନାଗରିକ । ଫର୍ମୁଲା ୱାନ୍ ଡ୍ରାଇଭର କରୁନ୍ ଚଣ୍ଡକ କହିଛନ୍ତି ଯେ ତାଙ୍କର ୧୦ ବର୍ଷୀୟା ଭିସା ମିଆଦ ଗତବର୍ଷ ଡିସେମ୍ବରରୁ ପୂରିଗଲାଣି । ଭିସାର ନବୀକରଣ ପାଇଁ ଆବେଦନ କରିଥିଲେ ସୁଦ୍ଧା ୬ ମାସ ହେଲା ଏହା ସମ୍ଭବ ହୋଇପାରୁନାହିଁ । ଫଳରେ ଚଳିତ ସପ୍ତାହ ଶେଷଆଡକୁ ଅନୁଷ୍ଠିତ ହେବାକୁ ଥିବା ମଣ୍ଟ୍ରିଲ ଗ୍ରାଁପ୍ରିରେ ଅଂଶଗ୍ରହଣ କରିବା ଅସମ୍ଭବ ହୋଇପଡିବ ବୋଲି ଚଣ୍ଡକ୍ ଆଶଙ୍କାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking