ବାଲଘାଟ : ମଧ୍ୟପ୍ରଦେଶ ବାଲଘାଟ ଜିଲ୍ଲା କାଡଲା ଗାଁରେ ଏନକାଉଣ୍ଟର । ପୋଲିସ ଗୁଳିରେ ୩ ଜଣ ମହିଳା ନକ୍ସଲ ସହ ୩ ନକ୍ସଲ ନିହତ । ୩ ନକ୍ସଲ ଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି । ଡିଭିଜିନାଲ କମିଟି ମେମ୍ବର ନଗେଶ ଉପରେ ଥିଲା ୧୫ ଲକ୍ଷର ପୁରସ୍କାର । ଏରିଆ କମାଣ୍ଡାର ମନୋଜ.ମହିଳା ନକ୍ସଲ ରାମେ ନାଁରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୩ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ମାଓବାଦୀ। ସେ ଥିଲେ ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳର ଏକ ଗାଁ’ର ବାସିନ୍ଦା। ହାକ୍ ଫୋର୍ସର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଜାରି ରହିଛି। ବାଲାଘାଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ଓ ହାକ୍ ଫୋର୍ସ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରିଥିଲା। ପରେ ଆତ୍ମଗୋପନକାରୀ ମାଓବାଦୀମାନଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିଲା। ବିସ୍ତାର ଦଲାମ୍ ଏବଂ ଦାରେକାସା ଦଲାମ୍ର ପ୍ଲାଟୁନ୍ ୫୬ ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ।