36.1 C
Bhubaneswar
Tuesday, May 26, 2026
Homeଓଡିଶାରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ

ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ

ଭୁବନେଶ୍ୱର: ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ। ବରମୁଣ୍ଡା ପଡିଆରେ  ମାତିଥିଲେ ଲୁଟେରା । ଏପଟେ ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗାୟବ ହୋଇଯାଉଥିଲା।ଏନେଇ ଖଣ୍ଡଗିରି ଥାନାରେ ଲୋକମାନେ ଅଭିଯୋଗ କରିଛନ୍ତି। ପୋଲିସର କଡା ସୁରକ୍ଷାରେ ମଧ୍ୟ  ଲୁଟେରା ଉତ୍ପାତ କରିଛନ୍ତି । ଜଳକା ହୋଇଯାଇଛି କମିଶନରେଟ ପୋଲିସ । ରାତି ସାରା ଥାନାରେ ଲୋକଙ୍କ ଭିଡ ପରେ ଶତାଧିକ ମିସିଂ କେସ କରିଛି ପୋଲିସ।ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟ ପାଟ କରିଥିବା ସନ୍ଦେହ କରାଯାଉଛି।କେବଳ ବରମୁଣ୍ଡା ପଡିଆରୁ ଏତେ ପରିମାଣରେ ମୋବାଇଲ ଲୁଟ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗ ଲୁଟ ପାଟ କରୁଥିବା ସନ୍ଦେହ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking