26.1 C
Bhubaneswar
Wednesday, June 11, 2025
Homeଓଡିଶାହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ବଣାଇ : ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅର୍ନ୍ତଗତ କୋଇଡ଼ା ବ୍ଲକ୍ ଫଟାଟାଙ୍ଗର ଆଶ୍ରମ ସ୍କୁଲ୍‌ର ହଷ୍ଟେଲ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ସେଠାରେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଆଶ୍ରମରେ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରା ବାନ୍ତି କରିବା ଆରମ୍ଭ କରିଥିଲେ । ଏହାକୁ ଆଶ୍ରମର ୱାଡେନ୍ ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ତତ୍‌ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking