ପୁରୀ: ପବିତ୍ର ଦେବସ୍ନାନ ପୂଣ୍ଣିମା ଅବସରରେ ବୁଧବାର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ସୁଭଦ୍ରାଙ୍କୁ ଭକ୍ମାନେ ହାତୀବେଶରେ ଦର୍ଶନ କରିବେ । ବୁଧବାର ଭୋର ୫ଟା ୩୨ରେ ମଙ୍ଗଳାର୍ପଣ ପରେ ଡୋରଲାଗି, ପୁଷ୍ପାଞ୍ଜଳି ପରେ ସକାଳ ୫.୪୫ରୁ ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ଶ୍ରୀସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଦିବ୍ୟ ସ୍ନାନର ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି । ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି ।