ଯାଜପୁର: ଯାଜପୁର ସଦର ଥାନା ଆଡଙ୍ଗ ବେଆଇନ ବାଲି ଖାଦାନରୁ ବାଲି ବୋହିବା କାଯ୍ୟ କରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । ଗାଡିରେ ଚାପି ହୋଇ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଆହତଙ୍କୁ ଅଗ୍ନିଶମ ଟିମ ପହଞ୍ଚି ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।