26.1 C
Bhubaneswar
Tuesday, October 3, 2023
Homeଓଡିଶାହାଇଦ୍ରାବାଦଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ

ହାଇଦ୍ରାବାଦଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ

ମୋଦି ଶାସନରେ ତୁଷ୍ଟିକରଣ ରାଜନୀତି,
ତୃପ୍ତିକରଣ ରାଜନୀତିରେ ପରିଣତ: ସମୀର ମହାନ୍ତି
 ମୋଦି ଶାସନରେ ଦେଶରେ ନିରାଶାରୁ ଆଶା, ଅସ୍ଥିରତାରୁ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି
 ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ରାଜ୍ୟ ସମେତ ଦେଶବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି
 ଅର୍ଥନୀତି, ଭିତିଭୂମି, ବ୍ୟବସ୍ଥା ବା ‘ସିଷ୍ଟମ’, ଜନସଂଖ୍ୟା ଓ ମାନବସମ୍ବଳ ଏବଂ ବଜାର ଚାହିଦାକୁ ନେଇ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପଥରେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,  : ଭାରତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତାପାର୍ଟି ଏନଡିଏ ସରକାରର ବିଗତ ୮ବର୍ଷରେ ଭାରତ ସବକା ସାଥ୍‌, ସବକା ବିକାଶର ପ୍ରମୁଖ ସିଦ୍ଧାନ୍ତ ସହ ଅଗ୍ରସର ହେଉଛି । ଆଜି ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥବ୍ୟବସ୍ଥା ଭାବରେ ପ୍ରତିଷ୍ଠିତ ହୋଇଛି ଏବଂ ଭାରତର ବିକାଶ ଅଧ୍ୟାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ-ନିର୍ଭରତା ଏବଂ ଗରିବ କଲ୍ୟାଣ ସଂକଳ୍ପ ଓ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ ବିଚାରରେ ଆଗକୁ ବଢୁଛି । ୨୦୧୪ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଦେଶ ପ୍ରଗତି ପଥରେ ଆଗେଇ ଚାଲିଛି ଏବଂ ଦେଇଥିବା ପ୍ରତିଶ୍ରୁତିକୁ ବାସ୍ତବରେ ପୂରଣ କରୁଛନ୍ତି । କଂଗ୍ରେସ ସରକାର ସମୟରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ଥିଲାବେଳେ ମୋଦି ସରକାରରେ ବିକାଶର ରାଜନୀତି ହୋଇଛି । ଦେଶର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ପ୍ରତ୍ୟକ୍ଷ ଲାଭ ପହଂଚିପାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗତ ୨ ଓ ୩ ତାରିଖ ଦିନ ତେଲାଙ୍ଗାନା ରାଜ୍ୟ ହାଇଦ୍ରାବାଦଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଂପର୍କରେ ସୂଚନା ଦେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତକୁ ବିଶ୍ୱରେ ଏକ ନମ୍ବର ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଜେପି ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ‘ରାଷ୍ଟ୍ରବାଦ’ ଓ ‘ଗରିବକଲ୍ୟାଣ’କୁ ଆଧାର କରି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ଗତ ୮ବର୍ଷର ମୋଦି ଶାସନକାଳରେ ଦେଶରେ ନିରାଶାରୁ ଆଶା, ଅସ୍ଥିରତାରୁ ସ୍ଥିରତା, ତୁଷ୍ଟିକରଣରୁ ତୃପ୍ତିକରଣ ରାଜନୀତିରେ ରୁପାନ୍ତରିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଧାନ ସେବକ ଭାବେ ପୁନଃ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ଭାରତର ଟିକସ ଦାତାଙ୍କ ପଇସା ମୋଦି ସରକାର ସଠିକ୍ ବ୍ୟୟ କରୁଛନ୍ତି । ଏ ପଇସା ନେଇ ଦୁର୍ନୀତି ଅଭିଯୋଗ ଆଣିପାରୁନାହାଁନ୍ତି ବିରୋଧୀ । । ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶବ୍ୟାପୀ ପାଳନ କରାଯାଉଥିବା ଅମୃତ ମହୋତ୍ସବ ଦଳମତ ନିର୍ବିଶେଷରେ ସମସ୍ତେ ପାଳନ କରିବା ଆବଶ୍ୟକ । ମାତ୍ର ଅସହିଷ୍ଣୁ ବିରୋଧୀମାନେ ମୋଦିଙ୍କୁ ବିରୋଧ କରିବାକୁ ଯାଇ ଦେଶକୁ ବିରୋଧ କରିବାକୁ ପଛାଉ ନାହାଁନ୍ତି । ସମାଜର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ମୋଦୀ ସରକାର । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ରାଜ୍ୟ ସମେତ ଦେଶବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡିଶା ସମେତ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଥିଲା । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ‘ଆମ ପାଖରେ ସମାଧାନ ଅଛି । ଆମ ପାଖରେ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରତିଭାବାନ ଲୋକଶକ୍ତି ଅଛନ୍ତି । ଆମେ ସର୍ବଶ୍ରେଷ୍ଠ ଉତ୍ପାଦ ପ୍ରସ୍ତୁତ କରିବା । ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ ଗୁଣାତ୍ମକ ହେବ । ଆମର ଉତ୍ପାଦିତ ସ୍ୱଦେଶୀ ସାମଗ୍ରୀକୁ ବିଶ୍ୱ ବଜାର ପର୍ଯ୍ୟନ୍ତ ନେବା ପାଇଁ ଅନେକ କିଛି ପଦକ୍ଷେପ ନିଆଯିବ ।’ ପ୍ରଧାନମନ୍ତ୍ରୀଜୀଙ୍କ ଆତ୍ମନିର୍ଭର ଭାରତର କଳ୍ପନା ‘ବସୁଧୈବ କୁଟୁମ୍ବକମ୍‌’ ଉପରେ ଆଧାରିତ । ଭାରତର ଆତ୍ମନିର୍ଭର ସଂକଳ୍ପରେ ସମଗ୍ର ବିଶ୍ୱର ସୁଖ- ସହଯୋଗ ଏବଂ ଶାନ୍ତିର ଭାବ ଅନ୍ତର୍ନିହିତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
‘ଆତ୍ମନିର୍ଭର ଭାରତ’ ଦିଗରେ ଅଗ୍ରସର ହେବା ପାଇଁ ଏଭଳି ଅର୍ଥବ୍ୟବସ୍ଥା ଯାହା ପର୍ଯ୍ୟାୟକ୍ରମେ ପରିବର୍ତନ ନୁହେଁ ବରଂ ଏକ ସଙ୍ଗେ ବହୁତ ବଡ ପରିବର୍ତନ ଆଣିପାରିବ । ଏଭଳି ମୂଳଭୂତ ଭିତିଭୂମି ଯାହା ଆଧୁନିକ ଭାରତର ପରିଚୟ ହେବ ଏବଂ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିବ । ଏଭଳି ବ୍ୟବସ୍ଥା ଯାହା ଆଧୁନିକ ଉଦ୍ୟୋଗିକକୁ ସ୍ୱୀକୃତି ଦେବ ଏବଂ ସମାଜରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରକୁ ବଢାଇବ । ଆମର ବହୁମୁଖୀ ପ୍ରତିଭାବାନ୍ ତଥା ଯୁବ ମାନବସମ୍ବଳର ସର୍ବୋତମ ଉପଯୋଗ ହେବା ଦରକାର । ଆମ ପାଖରେ ବଡ ଆକାରରେ ଘରୋଇ ବଜାର ଏବଂ ଚାହିଦା କ୍ଷେତ୍ର ରହିଛି, ଯାହା ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଦରକାର । ଏହି ୫ଟି କ୍ଷେତ୍ର ଅର୍ଥନୀତି, ଭିତିଭୂମି, ବ୍ୟବସ୍ଥା ବା ‘ସିଷ୍ଟମ’, ଜନସଂଖ୍ୟା ଓ ମାନବସମ୍ବଳ ଏବଂ ବଜାର ଚାହିଦାକୁ ନେଇ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । କୋଭିଡ୍ ସମସ୍ୟାରୁ ମୁକ୍ତି ଏବଂ ଦେଶର ପୁନରୁଦ୍ଧାର; ଦେଶର ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର; ଗରିବ କଲ୍ୟାଣ ସାମାଜିକ ସୁରକ୍ଷା ପାଇଁ ଯୋଜନା ଏବଂ ଆର୍ଥିକ ଲାଭ; ଅର୍ଥନୀତି ଏବଂ ଡିଜିଟାଲକୁ ପ୍ରୋତ୍ସାହନ; ଉଦ୍ୟୋଗୀ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ପ୍ରମୁଖ ଦିଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଗାମୀ ଦଶନ୍ଧି ଭାରତର ଦଶନ୍ଧି ଏବଂ ଏହି ଲକ୍ଷ୍ୟ ଆତ୍ମନିର୍ଭର ଭାରତ ବିନା ସମ୍ଭବ ନୁହେଁ । ଭାରତକୁ ବିଶ୍ୱର ଆର୍ôଥକ ମହାଶକ୍ତି ରୂପେ ଗଢି ତୋଳିବା ପାଇଁ ଦେଶର ଗରିବଙ୍କ ଉତ୍‌ଥାନ ପାଇଁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିବଦ୍ଧତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କୋଭିଡ୍ – ୧୯ ମହାମାରୀ ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଆମ ଦେଶ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସୁରକ୍ଷିତ ରହିଛି । ମହାମାରୀ ସମୟରେ ବ୍ୟବସ୍ଥିତ ପ୍ରବନ୍ଧନ, ନୀତିଗତ ପ୍ରକ୍ରିୟା କାରଣରୁ ସଠିକ୍ ପଥରେ ଅଗ୍ରସର ହେଉଛି । ଆଇଏମ୍‌ଏଫ୍ ଅନୁଯାୟୀ ଆଗାମୀ ଆର୍ôଥକ ବର୍ଷରେ ଭାରତର ବିକାଶ ସୁଦୃଢ ହେବ । ଦେଶର ଗରିବଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ସର୍ବଦା ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ ଦାସ ଓ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲିପ୍ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking