38.3 C
Bhubaneswar
Monday, June 8, 2026
Homeଓଡିଶାଗିରଫ ବାବୁଙ୍କ ଘରୁ ବାହାରିଲାଣି ୧କେଜିରୁ ଉର୍ଦ୍ଧ୍ବ ସୁନା

ଗିରଫ ବାବୁଙ୍କ ଘରୁ ବାହାରିଲାଣି ୧କେଜିରୁ ଉର୍ଦ୍ଧ୍ବ ସୁନା

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ବାଲିଗୁଡ଼ା ଆଇଟିଡିଏର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରୁ ବାହାରିଲାଣି ୧ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା।ସୂଚନା ଅନୁସାରେ, ଶ୍ରୀ ବେହେରାଙ୍କୁ ଗତକାଲି ଗିରଫ କରାଯିବା ପରେ ତାଙ୍କର ସମସ୍ତ ସମ୍ପତ୍ତି ଖୋଜାଖୋଜି କରୁଛି ଭିଜିଲାନ୍ସ। ଚାଲିଥିବା ଖୋଜାଖୋଜିରେ, ଆଜି ପଞ୍ଚମ ବ୍ୟାଙ୍କ ଲକର ଖୋଜାଖୋଜି ହୋଇଥିଲା। ଲକରରୁ ୭୦୩ ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ୩୭୫ ଗ୍ରାମ ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଆଜିର ଉଦ୍ଧର ସୁନାକୁ ମିଶାଇ ମୋଟ ୧.୨୫୫ କିଲୋଗ୍ରାମ ସୁନା ଉଦ୍ଧାର ହୋଇଛି। ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking