ନୂଆଦିଲ୍ଲୀ: ୨୦୨୨ରେ ରାଜଧାନୀ ଦିଲ୍ଲୀରେ ବିଦେଶୀ ନାଗରିକଙ୍କ ବିରୋଧରେ ସବୁଠାରୁ ଅଧିକ ଅପରାଧ ଘଟିଥିବା ଏନ୍ସିଆର୍ବି ରେକର୍ଡରୁ ଜଣାପଡିଛି । ଉକ୍ତବର୍ଷ ଦିଲ୍ଲୀରେ ୪୦ ଜଣ ବିଦେଶୀ ଅପରାଧର ଶିକାର ହୋଇଛନ୍ତି । ପୂର୍ବବର୍ଷ ତୁଳନାରେ ଏଥିରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି । ଅପରପକ୍ଷରେ ୨୦୨୨ରେ ଅପରାଧ କରିଥିବା ଅଭିଯୋଗରେ ୨୫୬ ଜଣ ବିଦେଶୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।