ନୂଆଦିଲ୍ଲୀ: ୟୁକୋ ବ୍ୟାଙ୍କ ପକ୍ଷରୁ ୪୧ ହଜାର ଗ୍ରାହକଙ୍କ ଆକାଉଣ୍ଟରେ ଭୁଲକ୍ରମେ ୮୨୦ କୋଟି ଟଙ୍କା ଜମା କରାଯାଇଥିବା ଜଣାପଡିଛି । ବ୍ୟାଙ୍କ୍ ପକ୍ଷରୁ ଏତଲା ଦାଏର କରାଯାଇଥିବାବେଳେ ସିବିଅଇ ପକ୍ଷରୁ ଦେଶର ୧୩ଟି ସହରରେ ଚଢଉ କରାଯାଇଛି ।
ନଭେମ୍ବର ୧୦ରୁ ୧୩ ତାରିଖ ମଧ୍ୟରେ ଆଇଏମ୍ପିଏସ୍ (ଇମିଡିଏଟ୍ ପେମେଣ୍ଟ ସର୍ଭିସ) ଜରିଆରେ ଏହି ଟଙ୍କା ଗ୍ରାହକଙ୍କ ସେଭିଙ୍ଗ୍ସ ଆକାଉଣ୍ଟକୁ ଯାଇଥିବା କୁହାଯାଇଛି । ଏହି ମାମଲାରେ ୟୁକୋ ବ୍ୟାଙ୍କ୍ର ୨ ଜଣ ସପୋର୍ଟ ଇଞ୍ଜିନିୟରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।