25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶନିବେଶକାରୀଙ୍କ ସମ୍ପତ୍ତି ୨.୪ ଲକ୍ଷ କୋଟି ବୃଦ୍ଧି

ନିବେଶକାରୀଙ୍କ ସମ୍ପତ୍ତି ୨.୪ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ: ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ସେନ୍‌ସେକ୍ସ ଓ ନିଫ୍‌ଟି ସୂଚକାଙ୍କରେ ଅଭୂତପୂର୍ବ ଉନ୍ନତି ଘଟିଥିବାବେଳେ ଏହାର ଅନୁକୂଳ ପ୍ରଭାବ ପୁଞ୍ଜି ନିବେଶକାରୀଙ୍କ ସମ୍ପତ୍ତି ଉପରେ ପଡିଛି । ଫଳରେ ଗୋଟିଏ ଦିନରେ ନିବେଶକାରୀଙ୍କ ସମ୍ପତ୍ତି ୨.୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ବିଦେଶୀ ପୁଞ୍ଜି ନିବେଶକାରୀମାନେ ସେମାନଙ୍କର ଅଂଶଧନ ବିକ୍ରି କରିବା ଯୋଜନାରେ ପରିବର୍ତ୍ତନ କରିଥିବାବେଳେ ବିଗତ ସାତଦିନ ଧରି ସେୟାର ମାର୍କେଟରେ କ୍ରେତାଙ୍କ ଭିଡ ବଢିଚାଲିଥିବା କୁହାଯାଇଛି । ଭାରତୀୟ ମାର୍କେଟ ଉପରେ ନିବେଶକାରୀଙ୍କ ବିଶ୍ୱାସ ଦିନକୁ ଦିନ ମଜଭୁତ ହେଉଛି ବୋଲି ଏଥିରୁ ପ୍ରମାଣ ମିଳିଛି ।

ସେନ୍‌ସେକ୍ସରେ ଉନ୍ନତି ଘଟିଥିବାରୁ ଅଦାନୀ ଏଣ୍ଟରପ୍ରାଇଜେସ୍ ଓ ଅଦାନୀ ପୋର୍ଟସ୍ ସେୟାର ମୂଲ୍ୟରେ ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳିଛି । ଏହି ଦୁଇଟି କମ୍ପାନୀର ସେୟାର ମୂଲ୍ୟରେ ଯଥାକ୍ରମେ ୪.୪୦ ଓ ୪.୩୭ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟ କମ୍ପାନୀ ମଧ୍ୟରେ ବିପିସିଏଲ (ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ), ଆକ୍ସିସ୍ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମଧ୍ୟ ବିଶେଷଭାବେ ଲାଭବାନ ହୋଇଥିବା ଜଣାପଡିଛି । ଅପରପକ୍ଷରେ ନିଫ୍‌ଟି ସୂଚକାଙ୍କ ବୃଦ୍ଧିି ପାଇଥିବାରୁ ୨୯ଟି କମ୍ପାନୀର ସେୟାର ମୂଲ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ପଞ୍ଜିକୃତ ହୋଇଥିବା କମ୍ପାନୀଗୁଡିକର ମୋଟ ସମ୍ପତ୍ତି ପରିମାଣ ୪ ଟ୍ରିଲିୟନ ଡଲାର ଛୁଇଁଥିବା କୁହାଯାଇଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବାପରେ ଏହାର ପ୍ରଭାବ ଷ୍ଟକ୍ ମାର୍କେଟ ଉପରେ ପଡିଛି ବୋଲି ମୋତିଲାଲ ଓସ୍‌ୱାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍‌ର ରିଟେଲ ହେଡ୍ ସିଦ୍ଧାର୍ଥ ଖେମ୍‌କା କହିଛନ୍ତି । ଆଗାମୀ ଦିନରେ ରିଏଲ ଇଷ୍ଟେଟ୍‌, ଅଟୋମୋବାଇଲ ଓ କନ୍‌ଜ୍ୟୁମର ଆଇଟମ୍ ପ୍ରସ୍ତୁତକାରୀ କମ୍ପାନୀ ଲାଭବାନ ହେବେ ବୋଲି ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking