32.1 C
Bhubaneswar
Sunday, February 16, 2025
Homeଓଡିଶାକର୍ଣ୍ଣି ସେନା ମୁଖ୍ୟଙ୍କୁ ଗୁଳିକରି ହତ୍ୟା

କର୍ଣ୍ଣି ସେନା ମୁଖ୍ୟଙ୍କୁ ଗୁଳିକରି ହତ୍ୟା

ଜୟପୁର:  ରାଜସ୍ଥାନର ଜୟପୁର ସହରରେ ରାଜପୁତ ରାଷ୍ଟ୍ରୀୟ କର୍ଣ୍ଣି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ କେତେକ ଆତତାୟୀ ମଙ୍ଗଳବାର ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରିଛନ୍ତି । ସିସିଟିଭି ଫୁଟେଜ ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନରେ  ତିନିଜଣ ବ୍ୟକ୍ତି ସୁଖଦେବଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେମାନେ ପ୍ରାୟ ୧୦ ମିନିଟ ବାର୍ତ୍ତାଳାପ କରିବାପରେ ସମ୍ମୁଖ ସୋଫାରେ ବସିଥିବା ଜଣେ ବ୍ୟକ୍ତି ହଠାତ୍ ଛିଡା ହୋଇ ସୁଖଦେବଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ସମୟରେ ସୁଖଦେବ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ରହିଥିଲେ ।

ଘଟଣାସ୍ଥଳରେ ସୁଖଦେବଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ଦୁଇଜଣ ସହଯୋଗୀ ଆହତ ହୋଇଛନ୍ତି । ତେବେ ସୁଖଦେବଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହତ୍ୟାକାରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ବାଇକ୍ ଯୋଗେ ଚମ୍ପଟ ମାରିଥିବା କୁହାଯାଇଛି । ହତ୍ୟା ଘଟଣା ପାଇଁ ଗୋଲ୍‌ଡି ବ୍ରାର ଗ୍ୟାଙ୍ଗ୍ ସଦସ୍ୟ ରୋହିତ ଗୋଡାରା ନିଜକୁ ଦାୟୀ କରିଥିବା ପ୍ରକାଶ । ଆମ ଶତ୍ରୁଙ୍କୁ ସମର୍ଥନ ଜଣାଉଥିବାରୁ ସୁଖଦେବଙ୍କୁ ହତ୍ୟା କରାଯାଇଛି ବୋଲି ରୋହିତ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିବା ପ୍ରକାଶ । ସୂଚନାଯୋଗ୍ୟ ରାଜପୁତ କର୍ଣ୍ଣି ସେନାରୁ ଅଲଗା ହୋଇ ସୁଖଦେବ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ଗଠନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking