33.1 C
Bhubaneswar
Friday, April 26, 2024
Homeଓଡିଶାଅର୍ଥ ସାଜିଛି ବାଧକ

ଅର୍ଥ ସାଜିଛି ବାଧକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଳିମେଳା ବ୍ଲକର ମାଲାବରମ ପଞ୍ଚୟତର ଏମ.ପି.ଭି:- ୫୫ ଗ୍ରାମର ସୁଶାନ୍ତ ବରାଳଙ୍କ ପୁଅ ସୁମିତ ବରାଳ ଗତ ଏକ ମାସ ଧରି କ୍ୟାନ୍ସର ରୋଗରେ ପଡ଼ିରହିଛି । ସୂଚନା ମିଳିଛି ତାଙ୍କ ପୁଅକୁ ଭୁବନେଶ୍ୱର ସ୍ଥିତ SUM ହସ୍ପିଟାଲରେ ଭର୍ତ୍ତି କରାଯାଇଛି ହେଲେ ଡାକ୍ତର ସେଇଠି ତାହାର ପରୀକ୍ଷା କରି କହିଲେ ଯେ ତାହାର ବ୍ଲଡ଼ କ୍ୟାନ୍ସର ହୋଇଛି ଏବଂ ସେ ଏବେ ପ୍ରଥମ ଷ୍ଟେଜରେ ରହିଛି । ଗତ ଏକ ମାସରୁ ପ୍ରାୟ ୬-୭ ଥର ରକ୍ତ ଦିଆଯାଇଛି ହେଲେ ଗତ ୫-୬ ଦିନରୁ ତା’ର ଖାଇବା, ପିଇବା, ଝାଡା, ପରିସ୍ରା ସବୁ ବନ୍ଦ ହୋଇଯାଇଛି । ଏବେ ଡାକ୍ତର କହୁଛନ୍ତି ୮ ଲକ୍ଷ ଟଙ୍କା ଦରକାର ପିଲାର ଚିକିତ୍ସା ପାଇଁ, ହେଲେ ଏତେ ଟଙ୍କା ଗୋଟିଏ ଗରିବ ଚାଷୀ ପରିବାର ଆଣିବେ କୋଉଠୁ,ସେଥିପାଇଁ ସେମାନେ ସୋସିଆଲ ମିଡ଼ିଆରେ ଏବି ବୁଦ୍ଧିଜୀବୀ ମହଲରେ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ମାଗୁଛନ୍ତି ।
ବହୁତ ଦୁଃଖର କଥା ଯେ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ବିଧାୟକଙ୍କୁ ଏହି ବାବଦରେ ଅବଗତ କରାଇଲେ ମଧ୍ୟ କିଛି ହେଇପାରିଲା ନାହିଁ,ହେଲେ ଖୁସି ମଧ୍ୟ ଲାଗୁଛି କି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ବୁଦ୍ଧିଜୀବୀମାନେ ସେମାନଙ୍କ ସାମର୍ଥ୍ୟ ଅନୁଯାଇ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି । ହେଲେ ମଧ୍ୟ ଆହୁରି ଅନେକ ଆର୍ଥିକ ସହାୟତା ଦରକାର, ସେଥିପାଇଁ ଜିଲ୍ଲା ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାର ହେଉ ଦୟାକରି ଏହି ୧୩ ବର୍ଷ ପିଲାର ଜୀବନ ବଞ୍ଚାଇବା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି । ଯଦି ଆପଣ ସଦୟରେ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଚାହୁଁଛନ୍ତି ଆପଣା ଏହି ଏହି ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କ ଅବସ୍ଥା ଓ ପରିସ୍ଥିତି ଅନୁସାରେ ସହଯୋଗ ଦେଇପାରିବେ । ଅପଣଙ୍କ କିଛି ଟଙ୍କାର ସାହାଯ୍ୟ ସେହି ଦୁଃଖିନୀ ମାଆ କୋଳକୁ ତାର ପୁଅକୁ ଫେରାଇଆଣିଦେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking