18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବାଂଲାଦେଶ ଅନ୍ତରୀଣ ସରକାର ମୁଖିଆ ହେଲେ ମୋହମ୍ମଦ ୟୁନୁସ୍

ବାଂଲାଦେଶ ଅନ୍ତରୀଣ ସରକାର ମୁଖିଆ ହେଲେ ମୋହମ୍ମଦ ୟୁନୁସ୍

ନୂଆଦିଲ୍ଲୀ:ନୋବେଲ ବିଜେତା ମୋହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମୋହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଗଣତନ୍ତ୍ରକୁ ଉପଯୁକ୍ତ ସ୍ଥାନ ନଦେବା ।
ବାଂଲାଦେଶରେ ଠିକ୍ ଭାବେ ନିର୍ବାଚନ ହୋଇନଥିଲା। ଶେଖ୍ ହସିନା ଲଗାତାର କ୍ଷମତାରେ ଥିଲେ। ସେ ବହୁତ ଶକ୍ତିଶାଳୀ ହୋଇଯାଇଥିଲେ । ଗୋଟିଏ ଦେଶ, ଗୋଟିଏ ନେତା, ଗୋଟିଏ କାହାଣୀ, ଗୋଟିଏ ନୀତି ଭଳି ନୀତି ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ ଥିଲେ। ବେକାରୀ କାରଣରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିଲେ। ଏହି ଘଟଣା ଘଟିବାର ଏହା ହିଁ ମୁଖ୍ୟ କାରଣ।
ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଏବେ ଆକ୍ରମଣ ହେଉଛି। ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କରାଯାଉଛି। ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଉପରେ ଜନତା ଆକ୍ରମଣ କରିଥିଲେ, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ମଧ୍ୟ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking