ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରୁ ଏକ ବଡ଼ ଖବର ଆସିଛି । ତାହା ହେଲା ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ଧାର୍ଯ୍ୟ ଠାରୁ ଅଧିକ ଓଜନ ହେବାରୁ ସେ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ୫୦ କେଜି ଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି । ୫୦ କେଜି ଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ହୋଇଥିବା ସୂଚନା ମିଳିଛି । ୫୦କେଜି ମହିଳା କୁସ୍ତିବର୍ଗରେ ଭିନେଶ ଗତକାଲି ଫାଇନାଲକୁ ଯାଇଥିଲେ । ଆଜି ରାତିରେ ଭିନେଶଙ୍କ ପାଇନାଲ ମୁକାବିଲା ହେବାର ଥିଲା । ପ୍ରକାଶ ଯେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା କୁସ୍ତି ଭାବେ ଫାଇନାଲକୁ ଯାଇଥିଲେ ବିନେଶ ଫୋଗଟ୍ । ସେମିଫାଇନାଲ ମ୍ୟାଚରେ କ୍ୟୁବାର ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ ଫୋଗଟ୍ । ୫୦ କିଲୋଗ୍ରାମ ବର୍ଗରେ ୫-୦ରେ ବଡ଼ ବିଜୟ ହାସଲ କରିଥିଲେ ବିନେଶ ।ଏହି ବିଜୟ ପରେ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତେଣୁ ଚଳିତ ଅଲିମ୍ପିକ୍ସରେ ବିନେଶଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା ଦେଶ ।