24.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ

ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ

ନୂଆଦିଲ୍ଲୀ : ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଦସ୍ତଖତ କରିଛନ୍ତି । ଶପଥ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର ‘ପିଏମ୍‌ କିଷାନ ନିଧି ଫଣ୍ଡ୍‌’ ୧୭ତମ କିସ୍ତିରେ ଦସ୍ତଖତ କରିଛନ୍ତି। ଏହା ଦ୍ବାରା ପ୍ରାୟ ୯.୩ କୋଟି ଚାଷୀ ଉପକୃତ ହେବେ। ପ୍ରଥମ ଦସ୍ତଖତ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମେ କୃଷକ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏହା କୃଷକ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବନ୍ଧତାକୁ ଦର୍ଶାଉଛି। ଆମ ସରକାର କୃଷକମାନଙ୍କୁ ପାଇଁ ପୂରାପୂରି ଭାବେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମେ କୃଷକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବୁ।’’
ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିଛନ୍ତି ମୋଦୀ । ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking