29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶହ୍ୱାଇଟ ହାଉସରେ ମୋଦୀ-ହାରିସ ଆଲୋଚନା : ପାକିସ୍ତାନର ଆତଙ୍କବାଦ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ହ୍ୱାଇଟ ହାଉସରେ ମୋଦୀ-ହାରିସ ଆଲୋଚନା : ପାକିସ୍ତାନର ଆତଙ୍କବାଦ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ୱାଶିଂଟନ: ସଂପ୍ରତି ଆମେରିକା ଗସ୍ତରେ ଯାଇଥିବାବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କଙ୍କୁ ଭେଟିଛନ୍ତି । ହ୍ୱାଇଟ ହାଉସରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆୟୋଜିତ ଏକ ବୈଠକରେ ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିମଧ୍ୟରେ ଆଫଗାନିସ୍ତାନ ସଙ୍କଟ, ଗଣତନ୍ତ୍ର ପ୍ରତି ଦେଖାଦେଉଥିବା ବିପଦ ସମେତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉପୁଜିଥିବା ସାମରିକ ଉତ୍ତେଜନା ସ୍ଥାନ ପାଇଥିଲା । ଆଲୋଚନା ସମୟରେ ହାରିସ ନିଜଆଡୁ ପାକିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରୁ ବୋଲି ହାରିସ କହିଛନ୍ତି । ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାରିସ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି । ]

ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଯେପରି ଭାରତ କିମ୍ବା ଆମେରିକା ପ୍ରତି ବିପଦ ସୃଷ୍ଟି ନକରନ୍ତି, ତାହା ଉପରେ ପାକିସ୍ତାନ ସରକାର ସତର୍କ ଦୃଷ୍ଟି ଦେବାକୁ ହାରିସ ଗୁରୁତ୍ୱାରୋପ କରିଛନ୍ତି । ପାକିସ୍ତାନ ଯେତେ ସଫେଇ ଦେଲେ ସୁଦ୍ଧା ସେମାନଙ୍କ ମାଟିରେ ଏକାଧିକ ଆତଙ୍କବାଦୀ ସଂଗଠନ କାର୍ଯ୍ୟ କରୁଛି ବୋଲି ହାରିସ କହିଛନ୍ତି । ଭାରତ ଦୀର୍ଘ ତିନି ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହେଉଛି ଏବଂ ଏହାର ପରିସମାପ୍ତି ଘଟାଇବା ପାକିସ୍ତାନର କର୍ତ୍ତବ୍ୟ ବୋଲି ହାରିିସ ମତବ୍ୟକ୍ତ କରିଛନ୍ତି। ପାକିସ୍ତାନର କୋହଳ ମନୋଭାବ ଯୋଗୁଁ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକମାନେ ଆତଙ୍କବାଦୀ କାର୍ଯ୍ୟର କୁପରିଣାମ ଭୋଗୁଛନ୍ତି ବୋଲି ହାରିସ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଇସଲାମାବାଦର ଗତିବିଧି ଉପରେ ନଜର ରଖିବା ଜରୁରୀ ହୋଇପଡିଛି ବୋଲି ହାରିସ କହିଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଭାରତ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଥିବାରୁ ହାରିସଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଏହି ଅବସରରେ ଭାରତ ଆସିବାକୁ ମୋଦୀ ତାଙ୍କୁ ଆମନ୍ତ୍ରଣ ମଧ୍ୟ ଜଣାଇଛନ୍ତି ।

ହାରିସ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ତାଙ୍କର ଭାରତ ଗସ୍ତକୁ ମୋଦୀ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ୨୦୧୯ରେ ମୋଦୀ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଘଟଣାକୁ ସେତେବେଳେ ଡେମୋକ୍ରାଟିକ୍ ଦଳର ନେତ୍ରୀ ହାରିସ ତୀବ୍ର ସମାଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ କୃଷକ ଆନ୍ଦୋଳନକୁ ନେଇ ହାରିସଙ୍କ ଝିଆରୀ ମୀନା ହାରିସ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ କଡା ଭାଷାରେ ନିନ୍ଦା କରିଥିଲେ । ଏହି ଦୃଷ୍ଟିରୁ ହାରିସଙ୍କ ଆଗାମୀ ଭାରତ ଗସ୍ତକୁ ମୋଦୀ ସରକାର ଗୁରୁତ୍ୱର ସହ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking